Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମୋଟରସାଇକେଲରେ ବିକାଶକୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ନେଇଥିଲା ପୋଲିସ, ୨ ଥର ଫେରାର ହେବାକୁ ମଧ୍ୟ କରିଥିଲା ପ୍ରୟାସ

12/07/2020 at 11:49 AM

କାନପୁର, ୧୨।୦୭:   ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି । ଏବେ ଏକ ସାଙ୍ଘାତିକ ଖବର ସାମ୍ନାକୁ ଆସିଛି । ଉଜ୍ଜୟିନୀ ମହାକାଳ ମନ୍ଦିରରୁ ଗିରଫ ହେବା ପରେ ବିକାଶକୁ ମୋଟରସାଇକେଲରେ ଗୋଟିଏ ଥାନାରୁ ଆଉ ଏକ ଥାନାକୁ ନିଆଯାଇଥିଲା । ଏସଟିଏଫର ଜଣେ ଅଧିକାରୀ ଏହି ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ବିକାଶକୁ ଗିରଫ କରାଯିବା ପରେ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ନିଆଯାଇଥିଲା । ଏପରିକି ସେ ୨ ଥର ଫେରାର ହେବାକୁ ମଧ୍ୟ ଚେଷ୍ଟା କରିଛି । ତେବେ ମଧ୍ୟପ୍ରଦେଶ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଏସଟିଏଫର ଏହି ଅଧିକାରୀଜଣଙ୍କ ବିକାଶକୁ ୟୁପି ପହଁଚାଇବା ଟିମ୍‌ରେ ସାମିଲ ଥିଲେ । ସେ କହିଛନ୍ତି ଯେ, ପୋଲିସ ପ୍ରଥମେ ସେମାନଙ୍କୁ ଉଜ୍ଜୟିନୀର ଏକ ଥାନାକୁ ଡାକିଥିଲା । ସେଠାରେ ପହଁଚିବା ପରେ ଦୁବେକୁ ଆଉ ଏକ ଥାନାକୁ ନିଆଯାଇଥିବା ସେମାନେ ଜାଣିବାକୁ ପାଇଥିଲେ । ସେହି ଥାନାରେ ଜଣେ କନଷ୍ଟେବଳ ଦୁବେକୁ ମୋଟରସାଇକେଲରେ ବସାଇଥିବା ଓ ଦୁବେ ଫେରାର ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ବିକାଶକୁ ଧରିଥିଲେ । ବିକାଶ ଧରାପଡିବା ପରେ ପୋଲିସ କର୍ମୀଙ୍କୁ ଗାଳି କରିଥିଲା ।

ପରେ ତାକୁ ଏକ ଏସୟୁଭିରେ ପ୍ରୋଟୋକଲ ଅନୁସାରେ ୟୁପି ଅଣାଯାଇଥିଲା  । ରାସ୍ତାରେ ଗାଡିରେ ପ୍ରେସର୍ ଚେକ୍ ବେଳେ ପୁଣି ଥରେ ବିକାଶ ଖସିଯିବାକୁ ବସିଥିଲା । କିନ୍ତୁ ଏସଟିଏଫ ତାକୁ ମାଡି ବସିଥିଲା ।  

   Related Posts