ବିନା ମେକ୍ଅପ୍‌ରେ ଏମିତି ଦେଖା ଯାଆନ୍ତି ନୁସରତ ଜାହାଁ, ଏହି ୫ ଜଣ ଅଭିନେତ୍ରୀଙ୍କୁ ଦେଖିଲେ ଆପଣ ବି ଖାଇଯିବେ ଧୋକା…

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ୭|୧୦: ନିକଟରେ କୋଲକାତା ପୂଜା ମଣ୍ଡପରେ ବହୁ ଅଭିନେତା ଓ ଅଭିନେତ୍ରୀ ନଜର ଆସିଥିଲେ। ଟିଏମସିର ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜାହାଁ ସବୁଠୁ ଅଧିକ ଲାଇମଲାଇଟ୍‌ରେ ରହିଥାନ୍ତି। ନିକଟରେ ଦୁର୍ଗା ପୂଜା ମଣ୍ଡପରେ ନୁସରତ ଓ ତାଙ୍କ ସ୍ବାମୀ ନିଖିଲ ଜୈନ ନଜର ଆସିଥିଲେ।  ବିନା ମେକଅପ୍‌ରେ ଅଭିନେତ୍ରୀମାନେ କୁଆଡ଼େ ବାହାରନ୍ତି ନାହିଁ। ବେଳେବେଳେ ବିନା ମେକଅପ୍‌ରେ ସେମାନଙ୍କ ଚେହେରା କ୍ୟାମେରାରେ କଏଦ ହୋଇଯାଇଥାଏ। ତେବେ ପାଞ୍ଚଜଣ ଅଭିନେତ୍ରୀ ବିନା ମେକଅପ୍‌ରେ କିପରି ଦେଖା ଯାଆନ୍ତି ଆସନ୍ତୁ ଦେଖିବା।

{"id":167305}

 ଏହି ଫଟୋରେ ନୁସରତ ବିନା ମେକ୍ଅପ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ଦେଖିଲା ପରେ ଗୋଟିଏ କଥା କୁହାଯାଇ ପାରେ ଯେ ବିନା ମେକଅରେ ବି ନୁସରତ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

{"id":167307}

 କରୀନା କପୂରଙ୍କ ବିନା ମେକ୍ଅପ୍‌ର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏପରିକି ବିନା ମେକଅପ୍‌ରେ ବି କରୀନା ସୋସିଆଲ ମିଡିଆରେ ଲାଇଭ ଆସିଥାନ୍ତି।

{"id":167308}

ବଲିଉଡ ବ୍ୟତୀତ ସାଉଥ୍‌ ଫିଲ୍ମ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କ ବିନା ମେକଅପ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାଜଲ ନିଜେ ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ କରିଛନ୍ତି। ବିନା ମେକଅପ୍‌ରେ ମଧ୍ୟ କାଜଲ ସୁନ୍ଦର ଦେଖାଯାଉଛନ୍ତି।

{"id":167309}

ସୋନମ କପୂର ବିନା ମେକ୍ଅପ୍‌ରେ କୁଆଡେ ବାହାରିବାର ନଜୀର କାହାର ନଜର ଥିବ। ହେଲେ ସୋନମ କପୂରଙ୍କ ବିନା ମେକଅପ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

{"id":167310}

ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ବିନା ମେକଅପ୍‌ରେ ନଜର ଆସିଥିଲେ। ସେହି ସମୟରେ ତାଙ୍କ ଚେହେରା କ୍ୟାମେରାରେ କଏଦ ହୋଇଥିଲା। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.