Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅପରାଧରେ ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ, ମହିଳା ସାଂସଦଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

25/07/2021 at 2:45 PM

ହାଇଦ୍ରାବାଦ୨୫/୭: ନିର୍ବାଚନ ସମୟରେ ଅନେକ ଥର ନେତାମାନେ ଟଙ୍କା ବାଣ୍ଟିଥିବା ଅଭିଯୋଗ ରହିଛି । ଏପରକି ଟଙ୍କା ଦେଇ ଭୋଟ୍ କିଣିଥିବା ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ଦେଶରେ ପ୍ରଥମ ଥର ପାଇଁ ଏହି ଅଭିଯୋଗରେ କୋର୍ଟ ଜଣେ ସାଂସଦଙ୍କୁ ଦଣ୍ଡିତ କରିଛନ୍ତି । ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ସାଂସଦ ମାଲୋଥ କବିତାଙ୍କୁ ନାମପାଲିର ଏକ ସ୍ୱତନ୍ତ୍ର ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

କବିତା ତେଲେଙ୍ଗାନାର ମହବୁବାବାଦର ସାଂସଦ । ଏହି ଘଟଣାରେ ତାଙ୍କର ଜଣେ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ମାଲୋଥ କବିତା ଭୋଟ୍ ପାଇଁ ଲାଞ୍ଚ ଦେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ତେବେ ହାଇକୋର୍ଟରେ ଆବେଦନ କରିବାକୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି ।

କୁହାଯାଉଛି ଯେ କବିତା ଖୁବ ଶୀଘ୍ର ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିବେ । ପ୍ରଥମ ଥର ପାଇଁ ଏହି ଘଟଣା ସାମ୍ନାକୁ ଆସିଥିଲା, ​​ଯେତେବେଳେ ୨୦୧୯ ମସିହାରେ ରାଜସ୍ୱ ଅଧିକାରୀମାନେ ଟଙ୍କା ବଣ୍ଟନ କରୁଥିବା ସମୟରେ ସାଂସଦଙ୍କ ସହଯୋଗୀ ଶୌକତ ଅଲିଙ୍କୁ ଧରିଥିଲେ । କବିତାଙ୍କ ସପକ୍ଷରେ ଭୋଟ୍ ଖୋଜୁଥିବା ଏହି ଲୋକମାନେ ବରଗାମାହାଡ ପୋଲିସ ଷ୍ଟେସନ ଅଞ୍ଚଳରେ ଭୋଟରଙ୍କୁ ୫୦୦ ଟଙ୍କା ଦେଉଥିଲେ । ଶୌକତ ଅଲିଙ୍କୁ ପୋଲିସ ରଙ୍ଗେ ହାତ ଧରି ଲାଞ୍ଚ ମାମଲାରେ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରିଥିବାବେଳେ କବିତାଙ୍କୁ ଦ୍ୱିତୀୟ ଅଭିଯୁକ୍ତ କରାଯାଇଥିଲା ।

   Related Posts