Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ସୁନ୍ଦରଗଡ ସାଂସଦ: ପୂର୍ବରୁ କରୋନାରେ ହୋଇଥିଲେ ସଂକ୍ରମିତ

27/04/2021 at 8:09 AM

ନୂଆଦିଲ୍ଲୀ ୨୭/୪: ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ସୋମବାର ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୁଏଲ । ଗତକିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏପ୍ରିଲ ୨୪ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ ଆଇସୋଲେସନ୍ ଥିଲେ । ପରେ ଭୁବନେଶ୍ୱରରେ ଗୋଟିଏ ଦିନ ଚିକିତ୍ସା ହେବା ପରେ ଗତକାଲି ସେ ଦିଲ୍ଲୀ ଏମ୍ସ ଆସିଛନ୍ତି ଚିକିତ୍ସା ପାଇଁ । ସେ କହିଛନ୍ତି ଯେ, ଏବେ ସେ ସୁସ୍ଥ ଅଛନ୍ତି । ମୋ ସହକର୍ମୀ ଶୁଭେଚ୍ଛୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ । ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି । ଖୁବଶୀଘ୍ର ମୁଁ ସୁସ୍ଥ ହୋଇ ଘରକୁ ଫେରିବି ।

   Related Posts