Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ରବି କିଷାନଙ୍କୁ ଜୟା ବଚ୍ଚନଙ୍କ ହମଲା: କହିଲେ, ‘ଯେଉଁ ଥାଳିରେ ଖାଇଲେ ସେଥିରେ ଛେଦ କରୁଛନ୍ତି’

15/09/2020 at 12:05 PM

ମୁମ୍ବାଇ ୧୫/୦୯ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ଷୌଭିକ ଚକ୍ରବର୍ତୀ ଜେଲରେ ଅଛନ୍ତି । ସୁଶାନ୍ତ ମାମଲାରେ କଙ୍ଗନା ବଲିଉଡକୁ ନେଇ ଅନେକ ଖୁଲାସା କରିଥିଲେ । ବଲିଉଡରେ ୯୯ ପ୍ରତିଶତ ଲୋକ ଡ୍ରଗ୍ସ ସେବନ କରନ୍ତି ବୋଲି ସେ କହିଥିଲେ । ଏନସିବିକୁ ଦେଇଥିବା ବୟାନରେ ରିୟା ଚକ୍ରବର୍ତୀ ମଧ୍ୟ ବଲିଉଡର ୨୫ ସେଲିବ୍ରିଟିଙ୍କ ନାଁ ଖୁଲାସା କରିଥିଲେ । ଏହି ୨୫ ଜଣଙ୍କ ମଧ୍ୟରେ ସାରା ଅଲି ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କ ସାମିଲ ରହିଛି । 

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୋରଖପୁର ସାଂସଦ ତଥା ଅଭିନେତା ରବି କିଷାନ ସଂସଦରେ ବଲିଉଡରେ ଡ୍ରଗ୍ସ ମାମଲା ଓ ତସ୍କରୀ ପ୍ରସଙ୍ଗ ଉଠାଇଥିଲେ । ରବି କିଷାନଙ୍କ ପ୍ରସଙ୍ଗ ଉପରେ ବରିଷ୍ଠ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ ପ୍ରତିକ୍ରିୟା ରଖିଥିଲେ । ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବିଜେପି ସାଂସଦ ରବି କିଷାନଙ୍କୁ ପରୋକ୍ଷ ଭାବେ କହିଥିଲେ କିଛି ଲୋକ ଯେଉଁ ଥାଳିରେ ଖାଇଲେ ସେହି ଥାଳିରେ ଛେଦ କଲେ ।

ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରବି କିଷାନ ଲୋକସଭାରେ ମାଦକ ଦ୍ରବ୍ୟ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ଭାରତର ଯୁବପିଢୀଙ୍କୁ ବରବାଦ କରିବାକୁ ନିଶା ଦ୍ରବ୍ୟ ତସ୍କରୀ କରୁଛନ୍ତି ଏବଂ ଏଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଲୋକ ସାମିଲ ଥିବା ସେ ଦାବି କରିଥିଲେ ।

ବିଜେପି ସାଂସଦ ରବି କିଷାନଙ୍କ ଏହି ଦାବି ଉପରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କଡା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ଆମର ଜଣେ ସାଂସଦ ସଦସ୍ୟ ଲୋକସଭାରେ ବଲିଉଡ ବିରୋଧୀ ମନ୍ତବ୍ୟ ଦେଇଥିଲେ, ଏହା ନିନ୍ଦନୀୟ । ମୁଁ କାହା ନାଁ ନେଉନାହିଁ । ସେ ନିଜେ ବି ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ । ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିରେ ଛେଦ କରୁଛନ୍ତି । ଏହା ଭୁଲ କଥା । ମୋତେ କହିବାକୁ ପଡୁଛି ଯେ ଇଣ୍ଡଷ୍ଟ୍ରିକୁ ସରକାରଙ୍କ ସୁରକ୍ଷା ଓ ସମର୍ଥନ ଆବଶ୍ୟକ ।’

ରବି କିଷାନ ସୋମବାର ଦିନ ଲୋକସଭାରେ କହିଥିଲେ ଯେ, ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କାରବାର ଚାଲିଛି । ଅନେକ ଲୋକ ଧରା ହୋଇଛନ୍ତି । ଏନସିବି ବହୁତ ଭଲ କାମ କରୁଛି । କେନ୍ଦ୍ର ସରକାର ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଅପିଲ କରିଥିଲେ । ଏହାସହ ଦୋଷୀଙ୍କୁ ଦଣ୍ଡ ମିଳିବ ଉଚିତ, ଯେପରିକି ପଡୋଶୀ ଦେଶର ଷଡଯନ୍ତ୍ରର ସମାପ୍ତି ଘଟିବ ।

   Related Posts