ହନିଟ୍ରାପ: ଅଭିଯୁକ୍ତ ଛାତ୍ରୀ କହିଲେ ମହଙ୍ଗା ପଡିଲା ଆରତୀର ବନ୍ଧୁତ୍ୱ
21/09/2019 at 10:22 PM

ଇନ୍ଦୋର: ମଧ୍ୟପ୍ରଦେଶ ହନିଟ୍ରାପ ମାମଲାରେ ବିଏସସି ଛାତ୍ରୀ ମୋନିକା ଯାଦବ ପୋଲିସ ପଚରା ଉଚରାରେ ଅନେକ ତଥ୍ୟ ଉଜାଗର କରିଛି। ଏଥିରେ ଚାକିରୀ ଲୋଭରେ ଆରତୀ ସହ ବନ୍ଧୁତା କରିବା ତାଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଥିବା କହିଛି ମୋନିକା। ଆରତୀର ଚାଲିଚଳନରେ ପ୍ରଭାବିତ ହୋଇ ସେ ତା ସହ ବନ୍ଧୁତା କରିଥିଲା । ପ୍ରଶାସନିକ ସ୍ତରରେ ଥିବା ସମ୍ପର୍କ ରେ ଚାକିରୀ କରେଇଦେବାର ପ୍ରତିଶ୍ରୁତି ଦେଇଥିଲା। ହେଲେ ଅଜ୍ଞାତରେ ତାକୁ କେତେବେଳେ ଆରତୀ ଦେହ ବ୍ୟବସାୟରେ ଲିପ୍ତ କରାଇଦେଇଥିଲା ତାହା ଜାଣିନଥିଲା ବୋଲି ମୋନିକା କହିଛି।

ମୋନିକା ବିଏସସି ଛାତ୍ରୀ। ମାତ୍ର ୬ ମାସ ପୂର୍ବେ ଫେସବୁକ୍ ରେ ଆରତୀର ପ୍ରୋଫାଇଲ ଦେଖି ତା ସହ ବନ୍ଧୁତା କରିଥିଲା। ନରସିଂଗଡରୁ ଆସିଥିବା ଛାତ୍ରୀଟି ଭୋପାଲର ଏକ ହଷ୍ଟେଲରେ ରହି ପଢୁଥିଲା। ପିତା ଗାଁରେ ଚାଷବାସ କରନ୍ତି। ଗରିବ ପରିବାରର ହୋଇଥିବାରୁ ଆର୍ଥିକ ଦୁସ୍ଥିତି ସତ୍ତ୍ୱେ ପାଠ ପଢି ଚାକିରୀ କରିବାର ଲକ୍ଷ ରଖିଥିଲା। ମନେମନେ ଚାକିରୀ ଖୋଜୁଥିବା ମୋନିକା ଆରତୀକୁ ଚାକିରୀ ପାଇଁ ଅନୁରୋଧ କରିଥିଲା। ଆରତୀ ତାକୁ ନିଗମ ଇଞ୍ଜିନିୟର ହରଭଜନ ସିଂହ ସହ ପ୍ରଥମେ ଏକ ହୋଟେଲରେ ଦେଖା କରାଇଥିଲା। ପରେ ଇଞ୍ଜିନିୟର ୨/୩ ଥର ଭୋପାଲ ଆସିଥିଲେ। ତେବେ ପୋଲିସ ଇଞ୍ଜିନିୟର ସହ ତାର ଭିଡିଓ ଥିବା ପ୍ରଥମ ଥର ମୋତେ କହିଥିବା ମୋନିକା କହିଛି। ଆରତୀ ତାକୁ ଇନ୍ଦୋର ଡାକିଥିଲା। ଏଥର ଆସ ତୋର ଚାକିରୀ ପୁରା ପକ୍କା ବୋଲି କହିଥିଲା। ଚାକିରୀ ଆଶାରେ ଇନ୍ଦୋର ଆସିବା ଦିନ ହିଁ ପୋଲିସ ଦ୍ୱାରା ଗିରଫ ହୋଇଥିବା ମୋନିକା କହିଛି।

ଆରତୀ ଏଠାକୁ ମୋତେ ୫୦ଲକ୍ଷ ଟଙ୍କା ଆସୁଲ କରିବାକୁ ଡକାଇଥିଲା ବୋଲି ଏବେ ଜାଣୁଛି। ଏହି ପଚରା ଉଚରା ଲାଗି ଏଟିଏସ୍ ଏଏସପି ରାମଜୀ ଶ୍ରୀବାସ୍ତବ ବି ଏବେ ଇନ୍ଦୋରରେ ଅବସ୍ଥାନ କରୁଛନ୍ତି। ତାଙ୍କ ସହ କ୍ରାଇମବ୍ରାଞ୍ଚ ଏଏସପି ଅମରେନ୍ଦ୍ର ସିଂହ ଓ ଜ୍ୟୋତି ଅମଠ ବି ପଚରା ଉଚରା କରିଛନ୍ତି। ହନିଟ୍ରାପ ମାମଲାର ରିପୋର୍ଟ ଦିଲ୍ଲୀ ପଠାଯିବ। ସେପଟେ ସିଆଇଡି ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।