Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କଂଗ୍ରେସ ନେତା ଦିଗ୍‌ବିଜୟଙ୍କୁ କଟାକ୍ଷ କଲେ ଗୃହମନ୍ତ୍ରୀ, କହିଲେ- ମନ୍ଦିର ସିଢ଼ି ଚଢ଼ିବା ବୟସରେ ବ୍ୟାରିକେଡ୍‌ ଉପରେ ଚଢ଼ୁଛନ୍ତି

12/07/2021 at 10:03 PM

ନୂଆଦିଲ୍ଲୀ ୧୨/୭: ୭୫ ବର୍ଷୀୟ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ରବିବାର ଭୋପାଳରେ ଯେଉଁଭଳି ଭାବେ ପ୍ରଦର୍ଶନ କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା। ଏହାକୁ ନେଇ ବିଜେପି ତାଙ୍କ ଉପରେ ଜୋରଦାର ବର୍ଷିଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କୁ କଟାକ୍ଷ କରି କହିଛନ୍ତି, ଯାହାଙ୍କ ବୟସ ଏବେ ମନ୍ଦିର ସିଢ଼ି ଚଢ଼ିବାର ସେ ବ୍ୟାରିକେଡ୍‌ ଉପରେ ଚଢ଼ୁଛନ୍ତି । ୭୫ ବର୍ଷୀୟ ନେତା ରାସ୍ତାକୁ ଓହ୍ଲାଉଥିବା ଦେଖିବା ପ​‌ରେ ଏଥିରୁ କଂଗ୍ରେସର ସ୍ଥିତି ଅନୁମାନ କରାଯାଇପାରେ ବୋଲି ମୃହମନ୍ତ୍ରୀ କହିଛନ୍ତି।

ବୟସ୍କଙ୍କ ନେତା ଦିଗ୍‌ବିଜୟ-କମଳନାଥ ଏବଂ ଯୁବକମାନଙ୍କ ନେତା ଜୟବର୍ଦ୍ଧନ-ନକୁଳନାଥ, ବାକି କଂଗ୍ରେସ ଅନାଥ। କରୋନାରେ ବିଶ୍ରାମ ପରେ କଂଗ୍ରେସ କିଛି କରୁଛି ବୋଲି ନେତା କିଛି କରି ଦେଖାଉଛନ୍ତି ବୋଲି ସେ କହିଛନ୍ତି। ପ୍ରକୃତରେ ଏହା ଏକ ନାଟକ ବୋଲି ନରୋତ୍ତମ ମିଶ୍ର କହିଛନ୍ତି। ରବିବାର ଭୋପାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ନେତୃତ୍ବରେ କଂଗ୍ରେସ ଏକ ପାର୍କ ଜମିକୁ ଲଘୁ ଉଦ୍ୟୋଗ ଭାରତୀକୁ ଦିଆଯିବା ବିରୋଧରେ ପ୍ରଦର୍ଶନ କରୁଥିଲା। ଗୃହମନ୍ତ୍ରୀ କହିଛନ୍ତି କଂଗ୍ରେସ ହାତଗଣତି କେତେ ଜଣ ନେତାଙ୍କୁ ନେଇ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା। କାରଣ ଜନତା ସେମାନଙ୍କ ସହିତ ନାହାନ୍ତି । ଜନତା ସେମାନଙ୍କ ଆଭିମୁଖ୍ୟ ବୁଝି ସାରିଛନ୍ତି ।

ବିରୋଧ ପ୍ରଦର୍ଶନ କରୁଥିବା ନେଇ ଦିଗବିଜୟଙ୍କ ସମେତ ୮ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପୋଲିସ ବ୍ୟାରିକେଡ୍‌ ଲଗାଇଥିଲା। ଦିଗବିଜୟ ବ୍ୟାରିକେଡ୍‌ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଓ୍ବାଟର କ୍ୟାନନରୁ ପାଣି ଛାଡ଼ି ତାଙ୍କୁ ରୋକିଥିଲା। ଅନ୍ୟପଟେ କରୋନା ଦ୍ବାରା ହେଉଥିବା ମୃତ୍ୟୁ ନେଇ ଗୃହମନ୍ତ୍ରୀ କହିଛନ୍ତି କଂଗ୍ରେସ ଜୀବିତ ଲୋକଙ୍କ ଚିନ୍ତା କରୁନାହିଁ।

ରାହୁଲ ଗାନ୍ଧୀ ଏବଂ କମଲନାଥ ଥରେ ହେଲେ ବି ହସ୍ପିଟାଲ ଗଲେ ନାହିଁ। କମଲନାଥ ଲୋକଙ୍କୁ ଧୋକା ଦେଇଛନ୍ତି। ପ୍ରଥମେ କହିଥିଲେ, ଓ୍ବାର୍ଡ ଅଧ୍ୟକ୍ଷଙ୍କ ଜରିଆରେ ସୂଚନା ଏକତ୍ର କରିବେ। ଏବେ କହୁଛନ୍ତି ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ଟିକେଟ ତାଙ୍କୁ ଦେବେ ଯିଏ କରୋନା ମୃତକଙ୍କ ସଂଖ୍ୟା ଦେଇପାରିବେ। ଏମାନେ ଲୋକଙ୍କୁ ବୋକା ବନାଇାବରେ ଲାଗିଛନ୍ତି ବୋଲି ଏମପି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ।

   Related Posts