ବନ୍ୟା ପୀଡ଼ିତଙ୍କ ସହାୟତା କରିବାକୁ ଯାଇ ନିଜ ପାଇଁ ସହାୟତା ଲୋଡିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ, ହେଲିକପ୍ଟରରେ ହେଲେ ଏୟାର ଲିଫ୍ଟ

Published By : Prameya-News7 Bureau | August 05, 2021 IST

ଭୋପାଲ ୫।୮: ବନ୍ୟା ପ୍ରଭାବିତଙ୍କ ସହାୟତା କରିବାକୁ ଯାଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନିଜ ଉଦ୍ଧାର ଲାଗି ସହାୟତା ଲୋଡିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଦତିଆ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ ମନ୍ତ୍ରୀ  ଏସଡିଆରଏଫ ବୋଟରେ ଯାଇଥିବା ବେଳେ ତାହା ମଝି ବାଟରେ ଅଚଳ ହୋଇପଡିଥିଲା। ଫଳରେ ବନ୍ୟା ପାଣି ଘେରରୁ ବାହାରିବା ଲାଗି ସହୟତା ଲୋଡିଥିଲେ। ହେଲିକପ୍ଟର ପଠା ଯାଇ ମନ୍ତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି।

wp:embed {"url":"https://twitter.com/Anurag_Dwary/status/1422962744496574466","type":"rich","providerNameSlug":"twitter","responsive":true}
https://twitter.com/Anurag_Dwary/status/1422962744496574466
/wp:embed

ରାଜ୍ୟ ଗୃହମନ୍ତ୍ରୀ ଦତିୟା କ୍ଷେତ୍ରରୁ ବିଧାନସଭାକୁ ପ୍ରତିନିଧିତ୍ୱ କରନ୍ତି। ଏଣୁ ବନ୍ୟାରେ ଲୋକଙ୍କ ହାଲଚାଲ ଦେଖିବା ଓ କ୍ଷୟକ୍ଷତି ଆକଳନ ଲାଗି ଯାଇଥିବା ବେଳେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମନ୍ତ୍ରୀ ପରିଦର୍ଶନରେ ଯାଇଥିବା ବେଳେ ଏକ ଘର ଛାତ ଉପରେ ୯ ଜଣ ଲୋକ ଆଶ୍ରୟ ନେଇଥିବାର ସୂଚନା ପାଇଥିଲେ। ମନ୍ତ୍ରୀ  ଅତ୍ୟନ୍ତ କଷ୍ଟରେ ଲୋକଙ୍କ ପାଖକୁ ପହଞ୍ଚିବାରେ ବି ସକ୍ଷମ ହୋଇଥିଲେ। ହେଲେ ସେମାନଙ୍କ ଉଦ୍ଧାର ଲାଗି ମନ୍ତ୍ରୀ କିଛି ପଦକ୍ଷେପ ନେବା ପୂର୍ବରୁ ଏକ ମସ୍ତବଡ ଗଛ ତାଙ୍କ ନୌକା ଉପରେ ଭାଙ୍ଗିପଡିଥିଲା ଓ ମୋଟର ଅଚଳ ହୋଇଯାଇଥିଲା। 

ମନ୍ତ୍ରୀ ଲୋକଙ୍କ କଥା ଭୁଲି ନିଜକୁ କିପରି ବନ୍ୟା ଘେରରୁ ଉଦ୍ଧାର କରିବେ ସେଥିଲାଗି ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ସ୍ଥାନୀୟ ପ୍ରଶାସନ ସହ ସମ୍ପର୍କ ସ୍ଥାପିତ ହେବା ପରେ ହେଲିକପ୍ଟର ମଗାଇ ଘଟଣା ସ୍ଥଳରୁ ଉଦ୍ଧାର ହୋଇଛନ୍ତି। ଯାହାକୁ ନେଇ ବିରୋଧୀ କଂଗ୍ରେସ ସମେତ ଲୋକେ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି।

wp:embed {"url":"https://twitter.com/NarendraSaluja/status/1422948083013341187","type":"rich","providerNameSlug":"twitter","responsive":true}
https://twitter.com/NarendraSaluja/status/1422948083013341187
/wp:embed

ବିପଦରେ ପଡିଥିବା ଲୋକଙ୍କ ଉଦ୍ଧାର ବାହାନାରେ ମନ୍ତ୍ରୀ ପ୍ରଚାର ଲାଗି ନିଜକୁ ବିପଦରେ ପକାଇ ସେନାର ସହାୟତା ନେଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।  କଂଗ୍ରେସ ନେତା ଭୂପେନ୍ଦ୍ର ଗୁପ୍ତା ମନ୍ତ୍ରୀଙ୍କର ଏହା ଏକ ପବଲ୍ସିଟି ଷ୍ଟଣ୍ଟ ଥିଲା ବୋଲି କହିଛନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସଲୁଜା ଘଟଣାକୁ ବିଜେପି ଅନ୍ତର୍ଦ୍ୱନ୍ଦ ସହ ସମ୍ପୃକ୍ତ କରି  ଟ୍ୱିଟ୍‌ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.