Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ମଧ୍ୟପ୍ରଦେଶ ହାଇଭୋଲ୍ଟେଜ ଡ୍ରାମା, ସମର୍ଥକ ବିଧାୟକ ଓ ମନ୍ତ୍ରୀ କହିଲେ ଆମେ ବିଜେପିକୁ ଯିବାକୁ ନୁହେଁ ସିନ୍ଧିଆଙ୍କ ସହ ଆସିଛୁ

11/03/2020 at 2:05 PM

ଭୋପାଲ ୧୧।୩: ମଧ୍ୟପ୍ରଦେଶ ରାଜନୀତିରେ ଉପୁଜିଥିବା ଉଠାପକା ପରିସ୍ଥିତି ଜାରି ରହିଛି। ବୁଧବାର କଂଗ୍ରେସର ୯୫ ଜଣ ବିଧାୟକ ରାଜାଭୋଜ ବିମାନ ବନ୍ଦରରୁ ଜୟପୁର ଅଭିମୁଖେ ଯାତ୍ରା କରିଛନ୍ତି। ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ବିଧାୟକ କିଛିଦିନ ଜୟପୁରରେ ବିତାଇବାକୁ ଯାଉଥିବା ମନ୍ତ୍ରୀ ସଜ୍ଜନ ସିଂ ବର୍ମା କହିଛନ୍ତି। ତେବେ ରାଜ୍ୟରେ କମଲନାଥଙ୍କ ସରକାର ନିଶ୍ଚିତ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଅନ୍ୟତମ ମନ୍ତ୍ରୀ କମଳେଶ୍ୱର ପଟେଲ।

ସେପଟେ ପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ମିସିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ତାଙ୍କ ସହ ୧୦ ବିଧାୟକ ଓ ୨ ମନ୍ତ୍ରୀଙ୍କ ସମର୍ଥନ ଥିବା ଜଣାପଡିଛି। ବେଙ୍ଗାଲୁରୁ ଯାଇଥିବା ୧୯ ବିଧାୟକଙ୍କ ମଧ୍ୟରେ ଏହି ୧୦ ଜଣ ଥିଲେ। ତେବେ ସେମାନେ ମହାରାଜଙ୍କ ସହ ଆସିଥିଲେ ବିଜେପିରେ ଯୋଗଦେବାକୁ ନୁହେଁ ବୋଲି କହିବା ଏବେ ରାଜନୀତିରେ ନୂଆ ମୋଡ ଆଣିଛି। ତେବେ ବିଜେପିରେ ସାମିଲ ହେବାକୁ ଆଗ୍ରହୀ ନଥିବା ଏହି ବିଧାୟକମାନେ ଏବେ ନୂଆ ଦଳ ଗଠନ ଲାଗି ଦାବି କରୁଛନ୍ତି। ଏଥିପାଇଁ ବିଧାୟକଙ୍କ ତର୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିନ୍ଧିଆଙ୍କ ପରିଚୟ ଅନୁସାରେ ତାଙ୍କ ଲାଗି କୌଣସିରେ ଦଳରେ ଯୋଗଦେବା ବଦଳେ ନିଜର ଦଳ ଗଢିବା ଶ୍ରେୟସ୍କର ବୋଲି ବିଦ୍ରୋହୀ ବିଧାୟକମାନେ କହୁଛନ୍ତି। ଅତୀତରେ ମଧ୍ୟ ସିନ୍ଧିଆଙ୍କ ପାର୍ଟି ନେଇ ଚର୍ଚ୍ଚା ହେଉଥିଲା। ଏଥିରେ ମଧ୍ୟପ୍ରଦେଶ ରାଜନୀତିରେ ଉପୁଜିଥିବା ପରିସ୍ଥିତି ନୂଆ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସୂଚନା ଯୋଗ୍ୟଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଏବେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ସିନ୍ଧିଆଙ୍କ ଇସ୍ତଫା ସହ କଂଗ୍ରେସରୁ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ଫଳରେ ପ୍ରଥମରୁ ମ୍ୟାଜିକ୍ ନମ୍ବରରୁ ଦୂରରେ ଥିବା ମଧ୍ୟପ୍ରଦେଶର କମଲ ନାଥ ସରକାର ଏବେ ସଂକଟରେ ପଡିଯାଇଛି।  ତେବେ କମଲନାଥ ଏଭଳି ଆଶଙ୍କାକୁ ଏବେ ବି ଅସ୍ୱୀକାର କରୁଛନ୍ତି।

   Related Posts