Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଶିବରାଜ ସିଂହ ଚୌହାନଙ୍କ ୧୪ ଜଣ ମନ୍ତ୍ରୀଙ୍କୁ ହାଇକୋର୍ଟ ଜାରି କଲା ନୋଟିସ୍

21/10/2020 at 1:32 PM

ନୂଆଦିଲ୍ଲୀ ୨୧/୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବଡ଼ ଝଟକା ଲାଗିଛି। ତାଙ୍କ କ୍ୟାବିନେଟର ୧୪ ଜଣ ମନ୍ତ୍ରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ୍ ଜାରି କରିଛି। ଇସ୍ତଫା ଦେଇଥିବା ୧୪ ବିଧାୟକଙ୍କୁ ମନ୍ତ୍ରୀ କରିବା ମାମଲା​‌ରେ ଛନ୍ଦବାଡାର ଓକିଲ ଆରାଧନା ଭାର୍ଗଭ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି।

ଯାଚିକାକର୍ତା ଏହି ପ୍ରକ୍ରିୟାକୁ ଅନୁଚିତ କହିଛନ୍ତି। ଏହା ସହ ଯାଚିକାକର୍ତା ସରକାରଙ୍କୁ ଏଭଳି ପଦକ୍ଷେପ ଅସମ୍ବିଧାନିକ କହିଛନ୍ତି। ଭାର୍ଗଭ କହିଛନ୍ତି ସରକାରଙ୍କ ଏହି ପଦକ୍ଷେପ ଆର୍ଟିକଲ ୧୬୪ (୪)ର ଉଲ୍ଲଘଂନ କରୁଛି। ଯାହା ପରେ ଯାଚିକାରେ ସମସ୍ତ ୧୪ ମନ୍ତ୍ରୀଙ୍କୁ ପଦରୁ ନିଲମ୍ବନ କରିବା ନେଇ ଦାବି ହୋଇଛି।

ଡିସେମ୍ବର ୧୪ରେ ଏ ମାମଲାର ପରବର୍ତୀ ଶୁଣାଣି ହେବ। ଏହି ମାମଲାରେ ମଧ୍ୟପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଧାନସଭା ଅଧ୍ୟକ୍ଷ ଓ ନିର୍ବାଚନ ଆୟୋଗ ସମେତ ୧୪ ଜଣ ମନ୍ତ୍ରୀଙ୍କୁ ନୋଟିସ ଜାରି ହୋଇଛି।

   Related Posts