ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ ଗୌରଙ୍କ ପରଲୋକ

Published By : Prameya-News7 Bureau | August 21, 2019 IST

ଭୋପାଳ ୨୧/୮: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ ଗୌରଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ବର୍ଷ ବୟସ ଥିଲା। ବାବୁଲାଲଙ୍କ ଦେହାନ୍ତ ଭୋପାଳର ନର୍ମଦା ହସ୍ପିଟାଲରେ ହୋଇଥିଲା। ସେ ଗତ କିଛି ଦିନ ହେବ ରୋଗଗ୍ରସ୍ତ ଥିଲେ। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯାଇଥିଲା। ତାଙ୍କର ରକ୍ତଚାପ କମିଯିବା ସହ ପଲ୍ସ ରେଟ୍ କମିଯାଇଥିଲା। ଗତ ୧୪ଦିନ ହେବ ସେ ନର୍ମଦା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ। ତାଙ୍କ କିଡନି ମଧ୍ୟ ଠିକଭାବେ କାମ କରି ପାରୁନଥିଲା।

ଜଣେ ପୋଖତ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ବାବୁଲାଲ ଗୌର ଭୋପାଳର ଗୋବିନ୍ଦପୁରା ବିଧାନସଭା ଆସନରୁ ୧୦ଥର ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ। ସେ ୨୦୦୪ମସିହା ଅଗଷ୍ଟ ୨୩ତାରିଖରୁ ୨୦୦୫ମସିହା ନଭେମ୍ବର ୨୯ତାରିଖ ଯାଏଁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ବାବୁଲାଲ ଗୌର ୧୯୭୪ ମସିହାରେ ପ୍ରଥମ ଥର ଉପ-ନିର୍ବାଚନ ସହ ନିର୍ଦଳୀୟ ଭାବେ ବିଧାନ ସଭା ପହଞ୍ଚିଥିଲେ। ସେ ମଧ୍ୟପ୍ରଦେଶ ବିଧାନ ସଭାରେ ୨୦୦୨ମସିହା ସେପ୍ଟେମ୍ବରରୁ ୨୦୦୩ମସିହା ଡିସେମ୍ବର ମଧ୍ୟରେ ବିରୋଧୀ ଦଳର ନେତା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.