ମଧ୍ୟପ୍ରଦେଶ ହନିଟ୍ରାପ ମାମଲା: ଅଭିଯୁକ୍ତ ଜେଲରେ ଥାଇବି ଭାଇରାଲ ହେଉଛି ଅନ୍ତରଙ୍ଗ ଭିଡିଓ, ଜାଣନ୍ତୁ ଏବେ ଘୁରିବୁଲୁଛି କାହା ଛବି

Published By : Prameya-News7 Bureau | November 18, 2019 IST

ଭୋପାଲ: ମଧ୍ୟପ୍ରଦେଶ ହନିଟ୍ରାପ ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ପୋଲିସ ଓ ଏଟିଏସ୍ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ଏବେ ହାଜତରେ ବନ୍ଦୀ ଅଛନ୍ତି। ପୋଲିସ ସେମାନଙ୍କ ମୋବାଇଲ ଫୋନ, ଲ୍ୟାପଟପ୍ ଓ ପେନ ଡ୍ରାଇଭ ଆଦି ଜବତ କରିଥିବା ବେଳେ ସେ ସବୁକୁ ଲାବୋରେଟରୀ ଟେଷ୍ଟିଂ  ଲାଗି ମଧ୍ୟ ପଠାଯାଇଥିଲା। ହେଲେ ମାମଲା ଏବେ ତଦନ୍ତାଧୀନ ଥିବା ବେଳେ  ଅଭିଯୁକ୍ତମାନେ ନେତା,ମନ୍ତ୍ରୀ ଓ ଅଧିକାରୀଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ହେବା ଏବେ ଚିନ୍ତାର ବିଷୟ ପାଲଟିଛି।

{"id":186315,"sizeSlug":"large"}

କିଛି ଦିନ ପୂର୍ବେ ଏହି ଭଳି ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏଥିପ୍ରତି ସେତେଟା ଗୁରୁତ୍ୱ ଦିଆଯାଇ ନଥିବା ବେଳେ ଏବେ ସୋସାଲ ମିଡିଆରେ ପୁଣି ଏକ ଭିଡିଓ ଭାଇରାଲ ହେବା ମାମଲାକୁ ତାଜା କରିଦେଇଛି। ଏଥର ଭାଇରାଲ ହେଉଥିବା ଭିଡିଓରେ ବିଜେପିର ଜଣେ ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଗିରଫ ଅଭିଯୁକ୍ତ ଅଛନ୍ତି। ଭାଇରାଲ ଭିଡିଓ ନେଇ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ କ୍ଷମାମୁଦ୍ରାକୁ ଆସିଯାଇଛି। ହେଲେ ରାଜ୍ୟରେ ଶାସକ କଂଗ୍ରେସକୁ ବିରୋଧୀଙ୍କ ବିରୋଧରେ ଜବରଦସ୍ତ ଖୋରାକ୍ ମିଳିଛି।  ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ ବୋହୁଛି।  

{"id":186316,"width":580,"height":348,"sizeSlug":"large"}

ପୋଲିସ ମାମଲାରେ ଆରତୀ ଦୟାଲ, ମୋନିକା ଯାଦବ, ଶ୍ୱେତା ସ୍ୱପ୍ନିଲ ଜୈନ, ଶ୍ୱେତା ବିଜୟ ଜୈନ, ବରଖା ସୋନୀ ଭଟନାଗର ଏବଂ ଓମପ୍ରକାଶ କୋରୀ ନାମରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯାଞ୍ଚବେଳେ ସେମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ, ଲାପଟପ ଓ ପେନଡ୍ରାଇଭ ଆଦିରୁ ୧୦୦୦ରୁ ଊର୍ଦ୍ଧ୍ୱ ଆପତ୍ତିଜନକ ଭିଡିଓ ଜବତ ହୋଇଥିବା ବେଳେ ସେଥିରେ ମଧ୍ୟ ପ୍ରଦେଶ ପ୍ରଶାସନର ଉଚ୍ଚ ଅଧିକାରୀ, ନେତା ଓ ମନ୍ତ୍ରୀମାନଙ୍କର ଭିଡିଓ ବି ଥିଲା । ସେସବୁର ଫରେନସିକ ଯାଞ୍ଚ ହୋଇ ପ୍ରମାଣ ପ୍ରସ୍ତୁତି  ଚାଲିଥିବା ବେଳେ ଭିଡିଓ ଭାଇରାଲ ହେବା ମାମଲାରେ ଆହୁରି ଲୋକଙ୍କ ସମ୍ପୃକ୍ତି ନେଇ ଏବେ ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.