ମଧ୍ୟପ୍ରଦେଶ ଉପନିର୍ବାଚନ: ବଦଳିବ କଂଗ୍ରେସ ରଣନୀତି, ପ୍ରତି ନିର୍ବାଚନମଣ୍ଡଳୀ ଲାଗି ହେବ ସ୍ୱତନ୍ତ୍ର ନିର୍ବାଚନ ଇସ୍ତାହାର

Published By : Prameya-News7 Bureau | October 02, 2020 IST

ଭୋପାଲ ୨।୧୦: ନିର୍ବାଚନ ରଣନୀତି ବଦଳାଇଛି ମଧ୍ୟପ୍ରଦେଶ କଂଗ୍ରେସ। ପୂର୍ବରୁ ନିର୍ବାଚନ ଲାଗି ଦଳ ଗୋଟିଏ ନିର୍ବାଚନୀ ଇସ୍ତାହାର ଜାରି କରୁଥିଲା। ତେବେ ଆଗକୁ ହେବାକୁ ଯାଉଥିବା ୨୮ଟି ବିଧାନସଭା ଆସନ ଲାଗି ଉପନିର୍ବାଚନରେ  ନିର୍ବାଚନମଣ୍ଡଳୀ ଅନୁଯାୟୀ ଅଲଗା ଅଲଗା ନିର୍ବାଚନ ଇସ୍ତାହାର ଜାରି କରିବ ବୋଲି ଜଣାପଡିଛି।

{"id":337680,"sizeSlug":"large"}

୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ କଂଗ୍ରେସ ‘ବଚନ ପତ୍ର’ନାମରେ ୧୧୨ ପୃଷ୍ଠାର ବୁକ୍‌ଲେଟ ଜାରି କରିଥିଲା। ଯାହାର ଶେଷ ପୃଷ୍ଠାରେ ବିଜେପି ନେତା ତଥା ପୂର୍ବତନ କଂଗ୍ରେସ ସଦସ୍ୟ ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କ ସମେତ କମଲ ନାଥ ଓ ରାହୁଲ ଗାନ୍ଧିଙ୍କ ଫଟୋଥିଲା। ତେବେ ଶେଷରେ ସିନ୍ଧିଆ ହିଁ କମଲନାଥଙ୍କ ସରକାରର ପତନ କରିଦେଇଥିଲେ। କମଲ ନାଥଙ୍କ ସରକାରର ମନ୍ତ୍ରୀ ଓ ବିଧାୟକମାନେ ଇସ୍ତଫା ଦେବା ଯୋଗୁ ମାତ୍ର ୧୫ ମାସରେ ସରକାର ଗୃହରେ ବହୁମତ ହରାଇଥିବା ବେଳେ ଏବେ ରାଜ୍ୟରେ ଉନିର୍ବାଚନର ଆବଶ୍ୟକତା ଦେଖା ଦେଇଛି।

{"id":337681,"sizeSlug":"large"}

ତେବେ ମଧ୍ୟପ୍ରଦେଶ କଂଗ୍ରେସର ନୂଆ ନିର୍ବାଚନୀ ରଣନୀତି ଅନୁସାରେ ଏଥର ଉପନିର୍ବାଚନ ଇସ୍ତାହାର ପୂର୍ବ ପରି ବିଶାଳ ହେବନି। ଏହା ଛଡା ନିର୍ବାଚନମଣ୍ଡଳି ଭିତ୍ତିକ ହେବ। ଏଣୁ ଦଳର ନିର୍ବାଚନୀ ଇସ୍ତାହାର ମାତ୍ର ୧୦ ପୃଷ୍ଠାରେ ସୀମିତ ରଖିବ ବୋଲି ଆକଳନ କରାଯାଉଛି। ନିର୍ବାଚନମଣ୍ଡଳିର ସମସ୍ୟାକୁ ଆଧାର କରି ଏହାକୁ ପ୍ରସ୍ତୁତ କରାଯିବାକୁ ଥିବା ବେଳେ ଏହା ଗୋଟିଏ ପ୍ରକାରର ହେବନି। ତେବେ ଏଥିରେ ମଧ୍ୟ ପୂର୍ବ ଭଳି ଚାଷଋଣ ଛାଡ ପ୍ରତିଶ୍ରୁତିକୁ କଂଗ୍ରେସ ଆୟୁଧ କରିବ।

{"align":"center","id":337682,"width":562,"height":419,"sizeSlug":"large"}

ଇସ୍ତାହାରରେ କଂଗ୍ରେସ ୧୫ ମାସ ସରକାରର ଉପଲବ୍ଧିକୁ ବିଜେପି ବିରୋଧରେ ଅସ୍ତ୍ର କରିବ ବୋଲି ଜଣାପଡିଛି। ଏହା ଛଡା ଦେଶରେ କୋଭିଡ-୧୯ ମହାମାରୀକୁ ମଧ୍ୟପ୍ରଦେଶ କଂଗ୍ରେସ ପ୍ରସଙ୍ଗ କରିବ ବୋଲି ଜଣାପଡିଛି। ରାଜ୍ୟରେ ମୃତ କରୋନା ଆକ୍ରାନ୍ତଙ୍କ ପରିବାରର ଜୀବିକା ସୁନିଶ୍ଚିତ କରିବା ଲାଗି ଜଣକୁ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ଏଥିର ରହିବ। ସରକାରଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଏପରି ପରିବାରଙ୍କ ଥାଇଥାନର ପରିକଳ୍ପନା କରାଯାଇଛି। ଏହି ଉପନିର୍ବାଚନର ଫଳାଫଳ ଉପରେ ମଧ୍ୟପ୍ରଦେଶ ଶିବରାଜ ସିଂହ ଚୌହାନଙ୍କ ସରକାରର ସ୍ଥାୟିତ୍ୱ ନିର୍ଭର କରୁଛି। ଯଦି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଓ ମନ୍ତ୍ରୀ ତାଙ୍କ ଆସନ ପୁଣି ହାତେଇ ନ ପାରନ୍ତି ତେବେ ଶିବରାଜ ସିଂହଙ୍କୁ ମଧ୍ୟ କମଲ ନାଥଙ୍କ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ। ତେବେ ଏଭଳି ପରିସ୍ଥିତି ଉପୁଜିବାକୁ ଯିବନି ବୋଲି କହିଛନ୍ତି ବିଜେପି ମୁଖପାତ୍ର ରଜନିଶ ଅଗ୍ରୱାଲ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.