Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମହିଳା ନେତ୍ରୀଙ୍କ ଜଙ୍ଘରେ ହାତ ରଖିଦେଲେ ମନ୍ତ୍ରୀ, ମଞ୍ଚରେ କଣ କରୁଛନ୍ତି ଦେଖନ୍ତୁ…

19/10/2021 at 10:46 AM

ସତନା ୧୯/୧୦: ମୁଖ୍ୟମନ୍ତ୍ରୀଙ୍କ ସଭାରେ ନେତାଙ୍କ ଅଶୋଭନୀୟ ଆଚରଣ । ଯେଉଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରୁଥିଲେ ତାଙ୍କ ସହ ରାଜ୍ୟର ଜଣେ ମନ୍ତ୍ରୀ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ସଭା ମଞ୍ଚରେ ମହିଳାଙ୍କ ଆଣ୍ଠୁ ଉପରେ ହାତ ପକାଇ ଥିଲେ ମନ୍ତ୍ରୀ । ତା ପୁଣି ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ଜଣେ ଦଳୀୟ ନେତାଙ୍କ ସହ କଥାବାର୍ତ୍ତା କରିବା ବେଳର ଫଟୋ ସାମ୍ନାକୁ ଆସିଛି ।

ମନ୍ତ୍ରୀ ଜଣଙ୍କ ମଞ୍ଚରେ ମହିଳାଙ୍କ ସହ ଏପରି ଆଚରଣ କରୁଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିଲେ । ମନ୍ତ୍ରୀଙ୍କୁ ଏପରି ଆଚରଣ ଫଟୋକୁ କଂଗ୍ରେସ ଶେୟାର କରି ବିଜେପିକୁ ଟାର୍ଗେଟ କରିଛି । ମଧ୍ୟପ୍ରଦେଶର ସତନାସ୍ଥିତ ରାଇଗାଓଁରେ ଏପରି ଘଟଣା ଘଟିଛି । ଏଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିଲେ ।

ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଅନ୍ୟ ଅତିଥି ବୃନ୍ଦଙ୍କ ସହ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରତିମା ମଧ୍ୟ ମଞ୍ଚରେ ବସିଥିଲେ । ତାଙ୍କ ପାଖରେ ଖଣି ମନ୍ତ୍ରୀ ବ୍ରିଜେନ୍ଦର ପ୍ରତାପ ସିଂହ ବସିଥିଲେ । ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ମନ୍ତ୍ରୀ ବ୍ରିଜେନ୍ଦର ହଠାତ ପ୍ରତିମାଙ୍କ ଆଣ୍ଠୁ ଉପରେ ବେଶ ଆରାମରେ ହାତ ରଖି କଥାବାର୍ତ୍ତା ଆରମ୍ଭ କରିଥିଲେ। ସର୍ବସମ୍ମୁଖରେ ହଠାତ୍‌ ମନ୍ତ୍ରୀଙ୍କ ଏପରି ଆଚରଣକୁ ପ୍ରତିମା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସାମ୍ନାକୁ ଆସିଥିବା ଫଟୋରେ ପ୍ରତିମା ମନ୍ତ୍ରୀଙ୍କ ଆଚରଣରେ ଅସହଜ ଅନୁଭବ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ସର୍ବସମ୍ମୁଖରେ ସେ ମନ୍ତ୍ରୀଙ୍କୁ କୌଣସି ପ୍ରକାରର ବିରୋଧ କରି ନାହାନ୍ତି। ଘଟଣା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ ନାହାନ୍ତି ।

   Related Posts