Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଚାପୁଡା ମାରିବା ସଂପର୍କରେ ସାଂସଦ ଚନ୍ଦ୍ରଶେଖର ସାହୁ କଣ କହିଲେ ଶୁଣନ୍ତୁ… ନବୀନ ନିବାସରୁ ଆସିଲା ଡାକରା

25/09/2019 at 2:15 PM

ବ୍ରହ୍ମପୁର ୨୫।୯: ପାରଳାଖେମୁଣ୍ଡିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଜଣେ କର୍ମୀଙ୍କୁ ମଞ୍ଚ ଉପରେ ଚଟକଣା ମାରିବାର ଭିଜୁଆଲ ଭାଇରାଲ୍ ହେବା ପରେ ଜୋର ଧରିଛି ରାଜନୀତି । କିନ୍ତୁ ଏ ପ୍ରସଙ୍ଗ ଗଣମାଧ୍ୟମକୁ ଆସିବା ପରେ ଉଭୟ ସାଂସଦ ଏବଂ ସଂଗ୍ରାମ କଡ ଲେଉଟାଇଛନ୍ତି ।

ଚାପୁଡା ମାରିବା କଥାକୁ ଖଣ୍ଡନ କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି ସଂଗ୍ରାମ ସାହୁ ତାଙ୍କର ସଂପର୍କୀୟ । କର୍ମୀ ବିଶୃଙ୍ଖଳିତ ହେଲେ ଗୋଟିଏ ନୁହେଁ ଶହେ ଚାପୁଡ଼ା ମାରିପାରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସଂଗ୍ରାମ କହିବା କଥା ମତେ ଖାଲି ଛୁଇଁଦେଲେ, ଆକଟ କଲେ । କିନ୍ତୁ ଭିଜୁଆଲ ଯାହା ବୟାନ କରୁଛି ତାକୁ ନେଇ ଜୋର ଧରିଛି ରାଜନୀତି । ନବୀନ ନିବାସରୁ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ଡାକରା ଆସିଥିବା ମଧ୍ୟ ଜଣାପଡିଛି । ତେବେ ଦଳ ସୁପ୍ରିମୋ ଏ ପ୍ରସଙ୍ଗରେ କଣ ନିଷ୍ପତ୍ତି ନେବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି ।

ଗତକାଲି ପାରଳାଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଇଥିଲେ ସାଂସଦ ଚନ୍ଦ୍ର ଶେଖର ସାହୁ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମୀ ସଂଗ୍ରାମ ସାହୁ, ସାଂସଦଙ୍କ ଠାରୁ ଉତ୍ତରୀୟ ପକାଇ ସ୍ବାଗତ ଆଶା ରଖିଥିଲେ । ତେବେ ବିଜେଡିର ଜଣେ ବରିଷ୍ଠ ନେତା ସଂଗ୍ରାମଙ୍କୁ ଉତ୍ତରୀୟ ପକାଇବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ସେ । ସଂଗ୍ରାମଙ୍କ ଅସନ୍ତୋଷ ଦେଖି କ୍ଷୁବ୍ଧ ହୋଇଥିଲେ ସାଂସଦ । ମଞ୍ଚ ଉପରେ ସାଂସଦ, ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ ।

   Related Posts