ସୋସିଆଲ ମିଡିଆରେ ବିଦେଶିନୀଙ୍କ ସହ ଦକ୍ଷିଣ ଓଡିଶାର ସାଂସଦ ପ୍ରାର୍ଥୀଙ୍କ ସେକ୍ସ ଭିଡିଓ ହେଉଛି ଭାଇରାଲ୍, ପଡିପାରନ୍ତି ଅସୁବିଧାରେ

Published By : Prameya-News7 Bureau | April 05, 2019 IST

ଭୁବନେଶ୍ବର ୫|୪ : ଦକ୍ଷିଣ ଓଡିଶାର ଜଣେ ସାଂସଦ ପ୍ରାର୍ଥୀଙ୍କ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ଟି ଲୋକସଭା ଆସନ ମଧ୍ୟରୁ ଦକ୍ଷିଣ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ଆସନରୁ ଏହି ନେତା ଏବେ ପ୍ରାର୍ଥୀ ହୋଇଛନ୍ତି ।

{"id":100374,"width":573,"height":757}

ସୂଚନାଯୋଗ୍ୟ ଯେ, ଅତୀତରେ ମଧ୍ୟ ଏହି ନେତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଦିଲ୍ଲୀ ଦରବାରରେ ବେଶ୍ ଦବଦବା ଥିବା ଏହି ନେତା ଏକ ସଂଭ୍ରାନ୍ତୀୟ ହୋଟେଲରେ ଜଣେ ବିଦେଶୀନିଙ୍କ ସହ ରୋମାନ୍ସ କରୁଥିବାର ୩ଟି ଭିଡିଓ କ୍ଲିପ୍ ବେଶ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

{"id":100379,"width":583,"height":777}

ବନ୍ଦ କୋଠରୀ ଭିତରେ କିଏ କଣ କଲା ତାହା ନିଶ୍ଚୟ ସଂପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ସାଂସଦ ପ୍ରାର୍ଥୀଙ୍କ ଏଭଳି ଭିଡିଓ ନିଶ୍ଚୟ ତାଙ୍କ ନିର୍ବାଚନୀ ସଫଳତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ଦଳର ଭାବମୂର୍ତ୍ତୀକୁ ମଧ୍ୟ ଖରାପ କରିବ ।

{"id":100375,"width":581,"height":776}

ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବା ଏହି ଭିଡିଓକୁ ରୋକିବା ପାଇଁ ଇତି ମଧ୍ୟରେ ସଂପୃକ୍ତ ସାଂସଦ ପ୍ରାର୍ଥୀ ଭିତିରିଆ ଭାବେ ପୋଲିସର ସହାୟତା ନେବା ସହ ନିଜ କର୍ମୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରିଛନ୍ତି ।

{"id":100378,"width":578,"height":771}

ଅପରପକ୍ଷରେ ଏହି ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ପ୍ରତିଦ୍ବନ୍ଦ୍ବୀମାନେ ସେମାନଙ୍କ କର୍ମୀ ଓ ସମର୍ଥକଙ୍କ ଜରିଆରେ ଏହି ଭିଡିଓ କିଭଳି ବ୍ୟାପକ ଭାବେ ପ୍ରସାର ହେବ ତାର ଯୋଜନା କରୁଥିବା ଜଣାପଡିଛି । ଏହି ଭିଡିଓରୁ ଫଟୋ ନେଇ ପୋଷ୍ଟର ତିଆରି ହୋଇଥିବା ଜଣାପଡିଛି ।

{"id":100376,"width":577,"height":772}

ହୋଟେଲର ପାରିପାର୍ଶ୍ବିକ ପରିସ୍ଥିତି ଓ ସେଠାରେ ଥିବା ପରିଚାରକଙ୍କୁ ଦେଖିଲେ ଏହା ଥାଇଲାଣ୍ଡର କୌଣସି ଏକ ହୋଟେଲ ବୋଲି ଜଣାପଡୁଛି । ଏହି ହୋଟେଲରେ ସାଂସଦଙ୍କ ସହ ତାଙ୍କର କିଛି ବନ୍ଧୁ ଥିବା ମଧ୍ୟ ଜଣାପଡୁଛି । ଭିଡିଓରେ ସାଂସଦ ପ୍ରାର୍ଥୀ ନିଜ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ବିଦେଶୀନିଙ୍କ ସହ କ୍ୟାଟ୍ ଓ୍ବାକ୍ କରୁଛନ୍ତି । ଆଉ ଏକ କ୍ଲିପ୍ ରେ ବିଦେଶୀନିଙ୍କ ସହ ନିଘୋଡ ନିଦରେ ଶୋଇଥିବା ଦୃଶ୍ୟ ରହିଛି । ଅନ୍ୟ ଏକ କ୍ଲିପ୍ ରେ ବିଦେଶୀନିଙ୍କୁ ଆଲିଂଗନ କରି ତାଙ୍କ ଚୁଟି ସଜାଡି ଦେଉଥିବା ଚିତ୍ର ରହିଛି ।

{"id":100377,"width":581,"height":766}

ନିର୍ବାଚନ ସମୟରେ ବିଭିନ୍ନ ନେତଙ୍କ ବିଭିନ୍ନ ଗୁମର ଖୋଲିବାକୁ ବିରୋଧୀମାନେ ଉଦ୍ୟମ କରିବା ସ୍ବଭାବିକ କଥା । କିନ୍ତୁ ଏହି ଭିଡିଓ କ୍ଲିପକୁ ଦେଖିଲେ ଲାଗୁଛି ଯେ, ସାଂସଦ ପ୍ରାର୍ଥୀଙ୍କ ଗୋଚରରେ ଏହି ଭିଢିଓ ତାଙ୍କର ବନ୍ଧୁ ଉତ୍ତୋଳନ କରିଛନ୍ତି । ସାଂସଦ ପ୍ରାର୍ଥୀଙ୍କ ବନ୍ଧୁ ହିଁ ଏହି ଭିଡିଓ ଏବେ ଭାଇରାଲ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।   

wp:core-embed/youtube {"url":"https://www.youtube.com/watch?v=GAaHhd_KtVE","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=GAaHhd_KtVE
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.