Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମଧ୍ୟ ପ୍ରଦେଶ ଉପ-ନିର୍ବାଚନରେ ମୁହାଁମୁହିଁ ହେବେ ଦୁଇ ଘନିଷ୍ଠ ବନ୍ଧୁ: ସିନ୍ଧିଆଙ୍କ ବିପକ୍ଷରେ ପ୍ରଚାର କରିବେ ପାଇଲଟ୍

21/09/2020 at 12:47 PM

ଭୋପାଲ ୨୧/୦୯ : ମଧ୍ୟ ପ୍ରଦେଶ ଉପନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଉପନିର୍ବାଚନ ପ୍ରଚାରରେ ଦୁଇ ଘନିଷ୍ଠ ବନ୍ଧୁ ମୁହାଁମୁହିଁ ହୋଇଛନ୍ତି । ଗ୍ୱାଲିୟରରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମାତ ଦେବାକୁ କଂଗ୍ରେସ ସିନ୍ଧିଆଙ୍କ ଘନିଷ୍ଠ ବନ୍ଧୁ ସଚିନ ପାଇଲଟଙ୍କ ସାହାରା ନେଇଛି । ସଚିନ ପାଇଲଟଙ୍କୁ ସିନ୍ଧିଆ ଗଡ ଗ୍ୱାଲିୟର ଚମ୍ବଲରେ ଓହ୍ଲାଇବାକୁ କଂଗ୍ରେସ ଯୋଜନା କରିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଗ୍ୱାଲିୟର ଚମ୍ବଲରେ ନିର୍ବାଚନ ପ୍ରଚାର ପାଇଁ ପାଇଲଟଙ୍କ ସହମତି ନେଇଛନ୍ତି ବୋଲି ଦାବି କରାଯାଇଛି ।

ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ଭଲ ପ୍ରଦର୍ଶନ ହିଁ କଂଗ୍ରେସକୁ ପୁଣିଥରେ ଶାସନକୁ ଆଣିପାରିବ । ଏଥିପାଇଁ ଚମ୍ବଲ ଅଞ୍ଚଳର ୧୬ଟି ଆସନ ବହୁତ ମହତ୍ଵପୁର୍ଣ । ଏହିସବୁ ଅଞ୍ଚଳରେ ସିନ୍ଧିଆଙ୍କ ପ୍ରଭୃତ୍ୱ ବହୁତ ମଜବୁତ । ସିନ୍ଧିଆଙ୍କ ପ୍ରଭାବକୁ କମ କରିବାକୁ କଂଗ୍ରେସ ନୂଆ ସମୀକରଣ ଅନୁଯାୟୀ ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛି । ବର୍ତ୍ତମାନ ସିନ୍ଧିଆଙ୍କ ବିପକ୍ଷରେ ପାଇଲଟ ନିର୍ବାଚନ ପ୍ରଚାର କରିବେ ।

ସଚିନ ପାଇଲଟ କଂଗ୍ରେସର ଷ୍ଟାର ପ୍ରଚାରକ ଏବଂ ଯୁବପିଢୀଙ୍କ ମଧ୍ୟରେ ତାଙ୍କର ସ୍ଥିତି ମଜବୁତ ରହିଛି । ଗ୍ୱାଲିୟରରେ ଉପନିର୍ବାଚନ ପ୍ରଚାର ପାଇଁ ସଚିନ ପାଇଲଟ ମଧ୍ୟ ସହମତି ଦେଇଛନ୍ତି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲନାଥ ତାଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଗ୍ୱାଲିୟର ଚମ୍ବଲର ୧୬ ଆସନ ଗୁର୍ଜର ଭୋଟ ବ୍ୟାଙ୍କ ଓ ଯୁବପିଢୀଙ୍କୁ ହାତେଇବା ପାଇଁ କଂଗ୍ରେସ ଏହି ଯୋଜନା କରିଛି । ଏହା ପୂର୍ବରୁ ମଧ୍ୟ ପାଇଲଟ ମଧ୍ୟ ପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି ।

   Related Posts