Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମଧ୍ୟ ପ୍ରଦେଶରେ ତିଷ୍ଠିଯିବ ଶିବରାଜ ସରକାର ! ଏକଜିଟ୍ ପୋଲ୍‌ରେ ୧୬ ରୁ ୧୮ ଆସନ ଜିତୁଛି ବିଜେପି

7/11/2020 at 7:47 PM

ଭୋପାଳ ୦୭।୧୧: ମଧ୍ୟ ପ୍ରଦେଶ ବିଧାନସଭାର ୨୮ ଆସନରେ ହୋଇଥିବା ଉପ ନିର୍ବାଚନର ଏକଜିଟ୍ ପୋଲ୍‌ ସାମ୍ନାକୁ ଆସିଛି। ଆଜତକ୍ ନ୍ୟୁଜ୍ ଚ୍ୟାନେଲ୍‌ ଦ୍ଵାରା ହୋଇଥିବା ଏକଜିଟ୍ ପୋଲ୍‌ରେ ବିଜେପିକୁ ୧୬ ରୁ ୧୮ ଆସନ ମିଳୁଥିବା ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ କଂଗ୍ରେସକୁ ୧୦ରୁ ୧୨ ଆସନ ମିଳିପାରେ। ଅନ୍ୟ ପାର୍ଟି ମଧ୍ୟରେ ବିଏସପିକୁ ୧ ଆସନ ମିଳିବ ବୋଲି ଏକଜିଟ୍ ପୋଲ୍‌ରୁ ଜଣା ପଡିଛି।

ଏକଜିଟ୍‌ ପୋଲ ଅନୁଯାୟୀ ଉପ ନିର୍ବାଚନରେ ବିଜେପିକୁ ୪୬ ପ୍ରତିଶତ ଏବଂ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ୍ ମିଳିପାରେ। ଖାସ୍ କଥା ଯେଉଁ ୨୮ ଆସନରେ ଉପ ନିର୍ବାଚନ ହୋଇଛି, ସେଥିରୁ ୨୭ ଆସନ କଂଗ୍ରେସ ପାଖରେ ଥିଲା। ଅର୍ଥାତ ଉପ ନିର୍ବାଚନରେ କଂଗ୍ରେସକୁ ୧୫ ରୁ ୧୭ ସିଟ୍‌ କ୍ଷତି ହେଉଥିବା ଏକଜିଟ୍‌ ପୋଲ୍‌ର ପୂର୍ବାନୁମାନରୁ ଜଣା ପଡୁଛି।

ଏକଜିଟ୍‌ ପୋଲ୍‌ ଅନୁମାନରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହ୍ଵାନ ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ମିଳିବ ଏବଂ ବର୍ତ୍ତମାନ ସରକାର ଉପରେ କୌଣସି ବିପଦ  ହେବ ନାହିଁ। ବିଜେପିକୁ ବହୁମତ ପାଇଁ ୨୮ ଆସନରୁ ୯ ଆସନ ଜିତିବା ଜରୁରୀ।

   Related Posts