Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ମଧ୍ୟ ପ୍ରଦେଶ ଉପ ନିର୍ବାଚନ: ବିଜେପି ୨୦ ସିଟ୍‌ରେ ଆଗୁଆ, ପରାଜୟ ସ୍ଵୀକାର କଲେ କମଲନାଥ

10/11/2020 at 3:43 PM

ଭୋପାଳ ୧୦।୧୧: ମଧ୍ୟ ପ୍ରଦେଶରେ ୨୮ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ  ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଟ୍ରେଣ୍ଡ ଅନୁଯାୟୀ ବିଜେପି ୨୦ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷେ କଂଗ୍ରେସ ସାତ ଏବଂ ବିଏସପି ଗୋଟିଏ ଆସନରେ ଅଗ୍ରଣୀ  ହାସଲ କରିଛି। ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଏକ ପ୍ରକାର ପରାଜୟ ସ୍ଵୀକାର କରିଛନ୍ତି। କମଲନାଥ କହିଛନ୍ତି  ଗଣତନ୍ତ୍ରରେ ଜନତା ଯାହା ବି ନିର୍ଣ୍ଣୟ ନେବେ ତାକୁ ସେ ସ୍ଵୀକାର କରୁଛନ୍ତି। ଯେମିତି ଚୂଡାନ୍ତ ଫଳାଫଳ ଆସିବା ଆମେ ଏହାକୁ ସ୍ଵୀକାର କରିବୁ ବୋଲି କମଲନାଥ କହିଛନ୍ତି।

ମଧ୍ୟ ପ୍ରଦେଶରେ ୨୮ ବିଧାନସଭାରେ ହୋଇଥିବା ଉପ ନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ଏଥିରେ ବିଜେପି ଲଗାତାର ଆଗୁଆ ରହି ଚାଲିଛି। ୨୮ଟି ଆସନରୁ ବିଜେପି ୨୦ରେ ଆଗୁଆ ରହି ବିଧାନସଭାର ସଂଖ୍ୟା ବଳକୁ ଆହୁରି ମଜବୁତ କରିଛି। ଏହି ନିର୍ବାଚନରେ ରାଜ୍ୟ ସରକାରର ୧୨ ମନ୍ତ୍ରୀ ସମେତ ମୋଟ୍ ୩୫୫ ପ୍ରାର୍ଥୀ ମଇଦାନରେ ଅଛନ୍ତି। କୋଭିଡ୍-୧୯ ମହାମାରୀ ସତ୍ଵେ ବି ନଭେମ୍ଵର ୩ରେ ସଂପନ୍ନ ଭୋଟ୍‌ରେ ମୋଟ୍ ୭୦.୨୭ ପ୍ରତିଶତ ମତଦାନ ହୋଇଥିଲା।

   Related Posts