ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ମୃତ୍ୟୁ : କରୋନାରେ ହୋଇଥିଲେ ସଂକ୍ରମିତ

Published By : Prameya-News7 Bureau | June 01, 2021 IST

ମଧ୍ୟପ୍ରଦେଶ ୧/୦୬ : ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ପରଲୋକ । ରାଜଧାନୀ ଭୋପାଳର ଚିରାୟୁ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶର୍ମା । ଶ୍ରୀ ଶର୍ମା କରୋନା ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୧ ମେରେ ପୂର୍ବତନ ମନ୍ତ୍ରୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ରବିବାର ଦିନ ଶର୍ମାଙ୍କ ଅବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ସୋମବାର ସନ୍ଧ୍ୟାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ପରେ ଶର୍ମାଙ୍କୁ ଏୟାରଲିଫ୍ଟକୁ ନେଇ ଚେନ୍ନାଇକୁ ନେଇଯିବାର ଯୋଜନା ଥିଲା । ଏହାପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହେବା ପରେ ଲକ୍ଷ୍ମୀକାନ୍ତ ଶର୍ମାଙ୍କର ଦୁଇଥର ହୃଦଘାତ ହୋଇଥିଲା । ବ୍ୟାପସ ସ୍କାମରେ ଶର୍ମାଙ୍କ ନାମ ସାମ୍ନାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.