Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କମଲ ନାଥଙ୍କ ସରକାରକୁ ଘନେଇଲା ସଂକଟ, ମାର୍ଚ୍ଚ ୧୬ ପୂର୍ବରୁ ଫ୍ଲୋରଟେଷ୍ଟ ଲାଗି ବିଜେପିର ଦାବି

14/03/2020 at 7:01 PM

ଭୋପାଲ ୧୪।୩: ମଧ୍ୟପ୍ରଦେଶ ରାଜନୈତିକ ସଂକଟ ଶନିବାର ନୂଆମୋଡ ନେଇଛି। ରାଜ୍ୟ ବିଜେପି ନେତୃତ୍ୱ ସନ୍ଧ୍ୟାରେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି।  ଏହି ସାକ୍ଷାତ ଆଲୋଚନାରେ ମାର୍ଚ୍ଚ ୧୬ ପୂର୍ବରୁ କମଲନାଥ ସରକାରଙ୍କ ଫ୍ଲୋରଟେଷ୍ଟ ଲାଗି ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ।  କମଲ ନାଥଙ୍କ ସରକାରରୁ ୨୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଯଦିଓ ବିଧାନସଭା ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି ତଥାପି କମଲନାଥ ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହରାଇଥିବା ବିଜେପି ତର୍କ କରିଛି।

ରାଜ୍ୟପାଳ ରବିବାର କମଲନାଥ ସରକାରଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କୁହନ୍ତୁ ଓ ଏହାର ଭିଡିଓଗ୍ରାଫି କରାଯାଉ ବୋଲି ବିଜେପି ଦାବି କରିଛି। ରାଜ୍ୟପାଳଙ୍କୁ ଭେଟିଥିବା ବିଜେପି ନେତାଙ୍କ ମଧ୍ୟରେ ଶିବରାଜ ସିଂ, ଗୋପାଲ ଭାର୍ଗବ, ନରୋତ୍ତମ ମିଶ୍ର ଓ ଭୂପେନ୍ଦ୍ର ସିଂହ ଆଦି ଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା ପରେ ଶିବରାଜ ସିଂ ଗଣମାଧ୍ୟମକୁ ଭେଟି ୨୨ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟର କମଲ ନାଥ ସରକାରଙ୍କ ସଂଖ୍ୟା  ଗରିଷ୍ଠତା ହ୍ରାସ ହୋଇଥିବା କହିଛନ୍ତି।

ସେପଟେ ବିଧାନସଭା ବାଚସ୍ପତି ସିନ୍ଧିଆ ଗୋଷ୍ଠୀର ୧୯ ବିଧାୟକଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ନୂଆ ସମୟ ଧାର୍ଯ୍ୟ କରିଛନ୍ତି। ତେବେ ବିଧାୟକଙ୍କ ଇସ୍ତଫା ଲାଗି କୌଣସି ଆଇନଗତ ପ୍ରତିବନ୍ଧକ ନଥିବାରୁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ସେମାନେ ବ୍ୟକ୍ତିଗତ ହାଜିର ହେବା ନ ହେବା ଏବେ ସେମାନଙ୍କ ଉପରେ ନିର୍ଭର କରୁଛି। ତେବେ ବିଧାୟକମାନେ ଏବେବି ବେଙ୍ଗାଲୁରୁରେ ଥିବା ଜଣାପଡିଛି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବିଧାୟକ ଇସ୍ତଫା ଦେବାର ୭ ଦିନ ମଧ୍ୟରେ ବାଚସ୍ପତି ଏହାର ବୈଧତା ଯାଞ୍ଚ କରିପାରିବେ। ଯଦି ଇସ୍ତଫା ସତ୍ୟ ହୋଇଥାଏ ତେବେ ତାହା ମଞ୍ଜୁର କରିବେ।  

   Related Posts