Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

‘ସୋନିଆଙ୍କୁ ଯଦି ନାଗରିକତା ମିଳିଲା, ତାହାଲେ ଅନ୍ୟମାନଙ୍କ ଲାଗି କାହିଁକି ଆଶଙ୍କା’… CAB ଉପରେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ପୁଣି ବିବାଦ ଉଖାରିବ କି ?

17/12/2019 at 1:19 PM

କଟକ ୧୭।୧୨:  ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷର ବାତାବରଣ ବେଳେ  ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏ ନେଇ ମତ ରଖିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଆଳରେ ଦେଶରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିବା ପାଇଁ କିଛି ଲୋକ ଓ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି ବୋଲି ସାଂସଦ ଭର୍ତ୍ତୃହରି କହିଛନ୍ତି । ଏପରି ହେବା ଅନୁଚିତ୍ ବୋଲି  ସେ  ରଖିଛନ୍ତି ଯୁକ୍ତି । କେନ୍ଦ୍ର ସରକାର ଏପରି ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ଉଚିତ୍ ପଦକ୍ଷେପ ନେଉଥିବା ମଧ୍ୟ କହିଛନ୍ତି ଭର୍ତ୍ତୃହରି ।

ସେପଟେ ବାହାର ଦେଶରୁ ଆସିଥିବା ମୁସଲିମ୍ ମାନଙ୍କୁ ନାଗରିକତା ନମିଳିବାର ଆଶଙ୍କା ବାବଦରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ଯଦି ସୋନିଆ ଗାନ୍ଧିଙ୍କୁ ଭାରତର ଆକୁଆର୍ଡ ସିଟିଜେନସିପ୍ ମିଳିପାରୁଛି, ତେବେ ଯେ କେହି ଭାରତୀୟ ଆଇନ ବ୍ୟବସ୍ଥା ଭିତରେ ଆବେଦନ କରି ନାଗରିକତା ପାଇପାରିବ । ତେବେ ଭର୍ତ୍ତୃହରିଙ୍କ ସୋନିଆ ଉଦାହରଣ କଂଗ୍ରେସ ନେତା ଓ କର୍ମୀଙ୍କୁ ଖଟକା ଦେଇପାରେ ଓ ବିବାଦ ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

କଟକ ସାଂସଦ ଭର୍ତ୍ତୃହରି ମହତାବ ସିଏବି ସଂପର୍କରେ ମତ ରଖି ଆହୁରି କହିଛନ୍ତି ଯେ, ବିଭିନ୍ନ ପର୍ଯ୍ୟାୟରେ ବିଗତ ୭୦ବର୍ଷ ଭିତରେ ଦେଶ ବାହାରୁ ଆସିଥିବା ରିଫ୍ୟୁଜିମାନଙ୍କୁ ଭାରତ ଆଶ୍ରୟ ଦେଇଛି । ସେହି ଅନୁସାରେ ଶ୍ରୀଲଙ୍କାର ତାମିଲମାନଙ୍କୁ ମଧ୍ୟ ଆଶ୍ରୟ ଦେଇଛି । ପୂର୍ବ ପାକିସ୍ତାନ ବାଂଲାଦେଶ ହେବା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ମଧ୍ୟ ଭାରତ ଆଶ୍ରୟ ଦେଇଛି । ଦଣ୍ଡକାରଣ୍ୟ ପ୍ରୋଜେକ୍ଟ ହେଉଛି ତାର ଏକ ପ୍ରକୃଷ୍ଟ ଉଦାହରଣ । ବିଭିନ୍ନ ସମୟରେ ରାୟପୁର, ରାଞ୍ଚି, ଦିଲ୍ଲୀ ଆଦି ସ୍ଥାନରେ ମଧ୍ୟ ସେଟେଲମେଣ୍ଟ କରାଯାଇଛି ।

ଆସାମରେ ଏହାକୁ ନେଇ ବିଶେଷ ଭାବେ ଉତ୍ତେଜନା ପ୍ରକାଶ ପାଇବା ନେଇ ଆଶଙ୍କା ଥିଲା । ତାହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କେନ୍ଦ୍ରସରକାର ଉଦ୍ୟମ କରୁଛନ୍ତି । ନାଗରିକତା ସଂଶୋଧନ ଆକ୍ଟ ୬-ଏ ରହିଛି । ତାହା ଆସାମ ଚୁକ୍ତି ସଂପର୍କୀତ । ରାଜୀବ ଗାନ୍ଧିଙ୍କ ସମୟରେ ସେହି ଚୁକ୍ତି ସ୍ବାକ୍ଷର ହୋଇଥିଲା । ଆସାମର ଭାଷା ଓ ସଂସ୍କୃତି ଉପରେ କୌଣସି ଆଞ୍ଚ୍ ଆସିବନାହିଁ ବୋଲି ଦର୍ଶାଯାଇଥିଲା । ସେହି ଭିତ୍ତିରେ ସିଏବିରେ ମଧ୍ୟ ତାହା ସୁରକ୍ଷିତ ଥିବାରୁ ଆଶଙ୍କାକୁ ନାପସନ୍ଦ କରିଛନ୍ତି ବିଜେଡି ସାଂସଦ ।

ଭାରତରେ ନାଗରିକତା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ସେହି ସର୍ତ୍ତ ଏବଂ ଯୋଗ୍ୟତା ପୂର୍ଣ୍ଣ କରୁଥିବା ବ୍ୟକ୍ତି ଆବେଦନ କଲେ ଭାରତୀୟ ନାଗରିକତା ପାଇପାରିବ । କିନ୍ତୁ ସେହି ନିୟମ ବାହାରେ ନାଗରିକତା ଦାବିକୁ ଭର୍ତ୍ତୃହରି ନାପସନ୍ଦ କରିଛନ୍ତି ।

   Related Posts