କଟକ ଶିଖରପୁର ଅଞ୍ଚଳରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନ ଅନୁଧ୍ୟାନ କଲେ ସାଂସଦ ଭର୍ତ୍ତୃହରି ମହତାବ

Published By : Prameya-News7 Bureau | November 09, 2019 IST

କଟକ ୯।୧୧: କଟକ ଶିଖରପୁରଠାରେ ଥିବା କମଳାକାନ୍ତ ବିଦ୍ୟାପୀଠାରୁ ଯୋବ୍ରା ଦୁର୍ଗା ଘର ପର୍ଯ୍ୟନ୍ତ ଏକ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆଜି ସମ୍ପୃକ୍ତ ସ୍ଥାନ ଅନୁଧ୍ୟାନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ବିଶେଷ କରି ଶିଖରପୁର ଛକଠାରୁ ଏହି ରାସ୍ତା ଦେଇ ଏସସିବି ମେଡିକାଲକୁ ନିୟମିତ ବ୍ୟବଧାନରେ ଆମ୍ବୁଲାନ୍ସ ଯାଉଥିବାରୁ ଏହି ଓଭର ବ୍ରିଜ୍ ର ଆବଶ୍ୟକତା ରହିଛି ।

{"id":181450}

ଏହି ରାସ୍ତାରେ ଥିବା ରେଳ ଲାଇନର ଗଳି ପୋଲଟି ବହୁତ ସଂକୀର୍ଣ୍ଣ ଓ ନିଚ୍ଚା ଥିବାରୁ ଏହିଠାରେ ବରାବର ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜୁଛି । ଫଳରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଅଧିକାଂଶ ସମୟରେ ଜାମ୍ ରେ ଫଶି ରହୁଛି । ତେଣୁ ଏଠାରେ  ଓଭର ବ୍ରିଜ୍ ନିର୍ମାଣ ପାଇଁ ଯୋଜନା ହୋଇଛି । ଅଜି ଅନୁଧ୍ୟାନ ସମୟରେ ରେଳବାଇ କର୍ତ୍ତୃପକ୍ଷ, ଆର ଏଣ୍ଡ ବି ର ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.