ମଧ୍ୟପ୍ରଦେଶ ବେତୁଲର ୪୭ ଗ୍ରାମବାସୀଙ୍କ ଏ କେମିତିକା ଚିନ୍ତାଧାରା, ଯେଉଁଠାରେ କୌଣସି ବ୍ୟକ୍ତି ନେଇ ନାହାଁନ୍ତି ଟିକା

Published By : Prameya-News7 Bureau | June 08, 2021 IST

ମଧ୍ୟପ୍ରଦେଶ ୮/୬: କରୋନାରୁ ରକ୍ଷା କରିବା ପାଇଁ ଦେଶରେ ଦ୍ରୁତଗତିରେ ଟିକାକରଣ କରାଯାଉଛି । ତେବେ ଅନେକ ସ୍ଥାନରେ ଲୋକ ଅଛନ୍ତି ଯେଉଁଠି ଆଜି ବି ସେମାନେ ଟିକା ନନେଇ ରହିଛନ୍ତି । ଟିକା ନେଇ ସେମନାଙ୍କର ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବେତୁଲ ଜିଲ୍ଲାରେ ୪୭ ଟି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନେଇନାହାଁନ୍ତି ଟିକା । କାରଣରେ ବେତୁଲର ଏହି ଗ୍ରାମଗୁଡିକ ମୁଖ୍ୟତଃ ଆଦିବାସୀ ବହୁଳ ଗ୍ରାମ ।

ସେଥିପାଇଁ ଏଠାକାର ଲୋକେ ଟିକାକୁ ନେଇ ମନରେ ଭ୍ରାନ୍ତଧାରଣା ରଖିଛନ୍ତି । ଏହି ଟିକାକୁ ନେଇ ମଧ୍ୟପ୍ରଦେଶର ଆଦିବାସୀମାନଙ୍କ ମଧ୍ୟରେ ଭୟ ରହିଛି । ଭୟ ମଧ୍ୟ ଏତେ ଯେ ଗାଁର ଗାଁମାନେ ଟିକା ନେବାକୁ ମନା କରି ଦେଇଛନ୍ତି । ରାଜଧାନୀ ଭୋପାଳଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି ବେତୁଲ ଜିଲ୍ଲାର ଗୁରୁଡିଆ ଗ୍ରାମ । ସେଠାକାର ରୁହନ୍ତି କୋରକୁ ଜନଜାତିର ଲୋକେ। ପ୍ରାୟ ୬୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକେ ଟିକା ନାଁ ଶୁଣିରେ ଭୟ କରନ୍ତି ।

କେବଳ ଗୁରୁଡିଆ ନୁହେଁ ଏମିତି ଅନେକ ଗାଁର ଲୋକେ ଟିକାକୁ ନେଇ ଅନେକ ଭୁଲ ଧାରଣାରେ ବଞ୍ଚୁଛନ୍ତି । ସେମାନଙ୍କ ବିଶ୍ୱାସ ଯେ, ସହରରେ ଅଧିକ ଅପରିଷ୍କାର ଅପରିଚ୍ଛନ ହେତୁ କରୋନା ବ୍ୟାପୁଛି, ସେଥିପାଇଁ ସହରିଆ ଟିକା ନିଅନ୍ତୁ । ଆମେ ଜଙ୍ଗଲରେ ରହୁଥିବାରୁ ଆମକୁ ଛୁଇଁପାରିବନି କରୋନା । ଯଦି କେହେ କେବେ ଟିକା ଦେବାକୁ ଆସିଲେ ଆମେ ଟିକା ନେବୁନି ବୋଲି ଅଡି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.