କରୋନାକୁ ମାତ୍ ଦେଲେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ: କହିଲେ 'ଡର ନାହିଁ, ଭୂତାଣୁ ସହ ଲଢ'

Published By : Prameya-News7 Bureau | April 25, 2021 IST

ମଧ୍ୟପ୍ରଦେଶ ୨୫/୪: କରୋନାକୁ ନେଇ ଦୈନିକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଯେଉଁଠି ନୂଆ ଘଟଣା ଛାତି ଥରାଉଛି ସେଠି ବି ନଜର ଆସୁଛି ଭଲ ଖବର । ମଧ୍ୟପ୍ରଦେଶ ବୈତୁଲର ଜଣେ ସ୍ୱାଧୀନତା ସଂଗ୍ରାମୀ କରୋନାକୁ ମାତ୍ ଦେଇଛନ୍ତି । ଜୀବନ ଯୁଦ୍ଧରେ ଲଢି ଲଢି ବିଜୟୀ ହୋଇ ଫେରଛନ୍ତି ୧୦୪ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ । ଯାହାକି ଲୋକଙ୍କୁ ମନୋବଳ ଓ ପ୍ରେରଣା ଯୋଗାଇବ ।

ଦୀର୍ଘଦିନ ଧରି ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ ସ୍ୱାଧିନତା ସଂଗ୍ରାମୀ ବିରନ୍ଦୀ ଚନ୍ଦ ଗୋଠୀ ।  ଏବେ ସେ ସୁସ୍ତ ହୋଇ ଘକୁ ଫେରିଛନ୍ତି । ଗତ କିଛି ତଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ପରିବାର ଲୋକେ ବେଶ୍ ଚିନ୍ତିତ ହୋଇପଡିଥିଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ । କିନ୍ତୁ ସମସ୍ତଙ୍କ ଚିନ୍ତାରେ ପୂର୍ଣ୍ଣଛେଦ ପକାଇ କାଳଜୟୀ ପୂରୁଷ ବନିଯାଇଛନ୍ତି ।

wp:gallery {"ids":[443761],"linkTo":"none"} /wp:gallery

ତାଙ୍କ ଦୃଢ ମନୋବଳ ପାଇଁ ସେ ସୁସ୍ଥ ହୋଇଛନ୍ତି । ଏବେ ସେ ସମସ୍ତଙ୍କୁ ଗୋଟିଏ କଥା କହୁଛନ୍ତି ଯେ, କରୋନାକୁ ଡର ନାହିଁ, ବରଂ ଦୃଢତାର ସହ ସାମ୍ନା କର । ତାଙ୍କର ଏହି ବାକ୍ୟ ଏବେ ସମସ୍ତ ପାଇଁ ପ୍ରେରଣା ପାଲଟିବ ଏଥିରେ ସନ୍ଦେହ ନାହିଁ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ବିରନ୍ଦୀଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.