Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବ

7/07/2021 at 6:25 PM

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ତାଲିକା ଜାରି ହେବା ପରେ ଏବେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଭବନରେ ଏ ନେଇ ସମାରୋହ ଆୟୋଜନ କରାଯାଇଛି । ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରୁଛନ୍ତି । ଏହି କ୍ରମରେ ୬ ନମ୍ୱର ସ୍ଥାନରେ ଥିବା ଓଡ଼ିଶାର ସାଂସଦ ଅଶ୍ୱିନୀବୈଷ୍ଣବଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବା ବେଳେ ସେ ରାଷ୍ଟ୍ରପତି ଭବନରେ ଶପଥ ନେଇଛନ୍ତି ।

ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଥିଲା । ବେଜିପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଥିଲା । ଅଶ୍ୱିନୀ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବିଶେଶ୍ୱର ତାଲିକାର ୩୮ତମ ସ୍ଥାନରେ ରହିଥିଲେ ।  

ତେବେ ସୂଚନା ଥାଉକି, ପୂର୍ବତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ୨୦୧୯ରେ ବିଜେପିରୁ ରାଜ୍ୟସଭା ପାଇଁ ମନୋନୀତ ହେବା ପରେ, ବିଜେପିରେ ହୋଇଥିଲେ ସାମିଲ । ଏହା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୧୯୭୦ରେ ଯୋଧପୁରରେ ଜନ୍ମ ଗ୍ରହଣ କରିଥିଲେ ଅଶ୍ବିନୀ ବୈଷ୍ଣବ। ଜୟ ନାରାୟଣ ବ୍ୟାସ ବିଶ୍ବବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ସେ ଆଇଆଇଟି ଖଡଗପୁରରୁ MTech ଶିକ୍ଷା ଲାଭ କରିଥିଲେ। ୧୯୯୪ ବ୍ୟାଚରେ ଆଇଏଏସ ପାଇଥିଲେ। ବାଲେଶ୍ୱର ଓ କଟକରେ ସେ କଲେକ୍ଟର ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି।

   Related Posts