ପ୍ରେସ୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆର ନୂତନ ସଦସ୍ୟ ହେଲେ ଅଶ୍ୱିନୀ ବୈଷ୍ଣବ, ମନୋନୀତ କଲେ ରାଜ୍ୟସଭା ଅଧ୍ୟକ୍ଷ

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧।୦୪: ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ନୂତନ ସଦସ୍ୟ ଭାବେ ମନୋନୀତ ହେଲେ ଓଡ଼ିଶାର ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ଅଶ୍ବିନୀଙ୍କ ସହ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ରାଜ୍ୟସଭା ସାଂସଦ ଡକ୍ଟର କେ. କେଶବଙ୍କୁ ମଧ୍ୟ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ କରାଯାଇଛି। ପୂର୍ବତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ୨୦୧୯ରେ ବିଜେପିରୁ ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ବିଜେପିରେ ହୋଇଥିଲେ ସାମିଲ । ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରାଇଭେଟ୍ ସଚିବ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ପ୍ରେସ କାଉନସିଲ ଅଫ ଇଣ୍ଡିଆର ନୂତନ ସଦସ୍ୟ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ । ବିଜେପିର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ହୋଇଛନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ନୂଆ ସଦସ୍ୟ । ରାଜ୍ୟସଭା ପ୍ରେସ ବିଜ୍ଞପ୍ତି ଅନୁସାରେ ୨୦ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ କରିଛନ୍ତି । ଅଶ୍ବିନୀଙ୍କ ସହ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ରାଜ୍ୟସଭା ସାଂସଦ ଡକ୍ଟର କେ. କେଶବ ମଧ୍ୟ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ପୂର୍ବତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ ୨୦୧୯ରେ ବିଜେପିରୁ ରାଜ୍ୟସଭା ପାଇଁ ମନୋନୀତ ହେବା ପରେ, ବିଜେପିରେ ହୋଇଥିଲେ ସାମିଲ । ଏହା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୧୯୭୦ରେ ଯୋଧପୁରରେ ଜନ୍ମ ଗ୍ରହଣ କରିଥିଲେ ଅଶ୍ବିନୀ ବୈଷ୍ଣବନ। ଜୟ ନାରାୟଣ ବ୍ୟାସ ବିଶ୍ବବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ସେ ଆଇଆଇଟି ଖଡଗପୁର MTech ଶିକ୍ଷା କରିଥିଲେ। ୧୯୯୪ ବ୍ୟାଚରେ ଆଇଏଏସ ପାଇଥିଲେ। ବାଲେଶ୍ୱର ଓ କଟକରେ ସେ କଲେକ୍ଟର ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ପିସିଆଇ ତରଫରୁ ସଦସ୍ୟ ମନୋନୀତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.