ଧଉଳି ଶାନ୍ତି ସ୍ତୁପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

Published By : Prameya-News7 Bureau | November 24, 2020 IST

ଭୁବନେଶ୍ବର ୨୪।୧୧: ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ଗତ ୧୫ ତାରିଖରେ ଧଉଳି ପରିଦର୍ଶନ କରି ସମସ୍ତ ସମସ୍ୟାର ସମୀକ୍ଷା କରିବା ସହ ଆବଶକୀୟ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ।

{"id":356258,"sizeSlug":"large"}

ଅନ୍ୟପଟେ ଶାନ୍ତି ସ୍ତୁପର ମରାମତି ଧଉଳି ଡେଭଲପମେଣ୍ଟ କମିଟି କରିବ । ଶନିବାର  ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ୍ ହାଉସରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗର ଏକ ଇଂଜିନିୟରିଂ ଟିମ୍ ସ୍ତୁପର ଟିକିନିଖି ଯାଞ୍ଚ  କରିବେ । ଯାଞ୍ଚ ପରେ ମରାମତି କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଧଉଳି ଡେଭଲପମେଣ୍ଟ କମିଟିର ଫଣ୍ଡରେ ମରାମତି କାମ କରାଯିବ । ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅଧିକ ଅର୍ଥ ମଗାଯିବ ବୋଲି ଯୋଜନା ହୋଇଛି । କଳିଙ୍ଗ ବୁଦ୍ଧ ନିପନ ସଂଘ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି । ତେବେ କାମ ଆରମ୍ଭ କରିବା ପୂର୍ବରୁ  ସଂଘ ସହ ଆଲୋଚନା କରି ମରାମତି କଲେ ଭଲ ହେବ ବୋଲି କୁହାଯାଇଛି ।

{"id":366736,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ, ରକ୍ଷଣାବେକ୍ଷଣ ଅଭବାରୁ  ପିସ୍ ପାଗୋଡାର କିଛି ସ୍ଥାନରେ ଫାଟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଗଭୀର ଫାଟ ସାଙ୍ଗକୁ ଠାଏ ଠାଏ କଙ୍କ୍ରିଟ୍ ଖଣ୍ଡ ମଧ୍ୟ ଖସିଲାଣି । ଏ ନେଇ ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଏହାଛଡା ଉପରେ ଥିବା ଦୋକାନଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ଧଉଳି ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ ବୋଲି ଜଣାପଡିଛି ।

ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ଶାନ୍ତି ସ୍ତୁପକୁ ଦେଖିବା ପାଇଁ ଆସିଥାଆନ୍ତି । ତେବେ ଯେତେ ଶୀଘ୍ର ଏହାର ମରାମତି ହୋଇପାରିବ ରାଜ୍ୟର ପର୍ଯ୍ୟଟନ ସ୍ଥଳର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନର ଗୁରୁତ୍ବ ଆହୁରି ବଢି ପାରନ୍ତା ।

{"id":366737,"sizeSlug":"large"}
{"id":366738,"sizeSlug":"large"}
{"id":366739,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.