ସାଂସଦ ଅପରାଜିତାଙ୍କ ବିରୋଧରେ କୋଭିଡ୍ କଟକଣା ଉଲଙ୍ଘନ ଅଭିଯୋଗ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ସହ ଭିଡିଓ ପଠାଇ ଅଭିଯୋଗ ରଖିଲେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର

Published By : Prameya-News7 Bureau | October 09, 2020 IST

ଭୁବନେଶ୍ୱର,୦୯|୧୦: ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋଭିଡ୍ ଗାଇଡଲାଇନ୍ସ ଉଲଙ୍ଘନ ଅଭିଯୋଗ । ନିଜ ଜନ୍ମଦିନ ପାଳନ ସମୟରେ ସାଂସଦ କୋଭିଡ୍ କଟକଣାକୁ ମାନି ନାହାଁନ୍ତି । ଉତ୍ସବରେ ସାମିଲ ଅନେକ ମଧ୍ୟ କୋଭିଡ ନିୟମକୁ ଏଡାଇ ଯାଇଛନ୍ତି । ଏପରିକି ସାଂସଦଙ୍କ ସହ ଥିବା ଅନେକ ମହିଳା ମଧ୍ୟ ମାସ୍କ ପିନ୍ଧିନଥିଲେ । ଏପରି ଅଭିଯୋଗ କରିଛନ୍ତି ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ସେ ଏହି ଅଭିଯୋଗ ରଖି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଙ୍ଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

{"id":341122,"sizeSlug":"large"}

ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ  ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ୮ ତାରିଖ ( ଅକ୍ଟୋବର ୮) ଦିନ  ନିଜ ଜନ୍ମଦିନ ପାଳନ କରିବା ସମୟରେ କୋଭିଡ୍ କଟକଣା ମାନି ନଥିଲେ । ତାଙ୍କ ସହ ଶତାଧିକ ମହିଳା ଥିଲେ । ଏହି ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ କେହି ମାସ୍କ ପିନ୍ଧିନଥିଲେ । ଏପରିକି କେହି ସାମାଜିକ ଦୂରତା ରକ୍ଷା କରିନଥିଲେ । ସାଂସଦଙ୍କ ନାମରେ ପୂର୍ବରୁ ମଧ୍ୟ କୋଭିଡ୍ କଟକଣା ଉଲଙ୍ଘନ ନେଇ ଅଭିଯୋଗ ରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସାଂସଦ ଅପରାଜିତ ଷଡଙ୍ଗୀ ଚେତୁନାହାଁନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିବା ସାଂସଦଙ୍କ ଏପରି କଟକଣାର ଉଲଙ୍ଘନ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଟାଣିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

{"id":341123,"sizeSlug":"large"}

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆହୁରି ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରବାସୀ କରୋନା ଭାଇରସର ମୁକାବିଲା କରୁଛନ୍ତି । କରୋନା ଯୋଦ୍ଧାମାନେ ଦିନ ରାତି ଏକ କରି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏପରିକି ଅନେକ କରୋନା ଯୋଦ୍ଧା ନିଜ ଜୀବନ ମଧ୍ୟ ହାରିଛନ୍ତି । ତେବେ ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀଙ୍କ ଏପରି କାର୍ଯ୍ୟକଳାପ ଜୀବନ ହାରିଥିବା କରୋନା ଯୋଦ୍ଧାଙ୍କ ପ୍ରତି ଅପମାନ ସଦୃଶ ଅଟେ । ସାଂସଦ କୋଭିଡ୍ ଜନିତ ଅସାଧାରଣ ସମୟରେ ଲୋକଙ୍କ ପାଇଁ ଯତ୍ନଶୀଳ ହେବା ଉଚିତ । ଏପରିକି ସାଂସଦଙ୍କ ଏତାଦୃଶ କାର୍ଯ୍ୟକଳାପ ଜନତାଙ୍କୁ ଭୁଲ ସନ୍ଦେଶ ଦେଉଛି । ଲୋକଙ୍କ ପ୍ରତିନିଧି ତଥା ବିଜେପିର ଜାତୀୟ ମୁଖପାତ୍ର ହେବା ସତ୍ୱେ କଟକଣାକୁ ଉଲଙ୍ଘନ କରି ଭୁବନେଶ୍ୱର ସାଂସଦ ଭୁଲ୍ ବାର୍ତ୍ତା ଦେଇଛନ୍ତି । କେବଳ ରାଜଧାନୀରେ ୫ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ୧୦୯ଜଣ ପ୍ରାଣ ହରାଇଲେଣି । ଏପରି ସମୟରେ ସାଂସଦଙ୍କ ଜନ୍ମଦିନ ପାଳନ କରୋନା ମୃତକଙ୍କ ପ୍ରତି ଉପହାସ ବୋଲି ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ମୁଁ ନିଶ୍ଚିତ ଯେ, 'ଆପଣଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗକୁ ମାନନୀୟ. ପ୍ରଧାନମନ୍ତ୍ରୀ ଏବଂ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଚିକୁ ନେବା ସହ ମାନ୍ୟବର ଭୁବନେଶ୍ୱର ସାଂସଦଙ୍କୁ ଏପରି ଆଚରଣରୁ ତଥା ଲୋକଙ୍କ ଜୀବନ ସହ ଖେଳ ନଖେଳିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.