'ଟିକାକୁ ନେଇ ବ୍ଲେମ୍ ଗେମ୍ ନହେଉ' - ସାଂସଦ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ବର ୧୭।୪: କୋଭିଡ୍ ଟିକା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟର ସ୍ଥିତି ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ଦାଇତ୍ଵ ବୋଲି ଅପରାଜିତା କହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ଥିତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସ୍ବାଗତଯୋଗ୍ୟ। ବର୍ତ୍ତମାନ ସ୍ଥିତିରେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ-କେନ୍ଦ୍ର ସହଭାଗିତାରେ କାମ କରିବା ଦରକାର । ଏବେ ବ୍ଲେମ୍ ଗେମ୍ ଖେଳିବାର ସମୟ ନୁହେଁ ।  ମୁଁ ବିଶ୍ବାସ ଦେବାକୁ ଚାହୁଁଛି ଯେଉଁ ସ୍ଥିତି ଓଡ଼ିଶାରେ ଅଛି ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ଏହାକୁ ସକାରତ୍ମକ ଭାବେ ନେଇ ସମସ୍ୟାର ସମାଧାନ କରିବେ । ଟିକା ଯୋଗାଇ ଦିଆଯିବ। ସ୍ଥିତି ସବୁ ସ୍ଥାନରେ ସମାନ ଅଛି । ଧର୍ଯ୍ୟ, ସଂଯମ, ସନ୍ତୁଳିତ ହୋଇ ପରିପକତ୍ବ ସହ କାମ କରିବାକୁ ରାଜ୍ୟକୁ ଅନୁରୋଧ । ହାତରେ ହାତ ମିଶାଇ କାମ କରିବା ଦରକାର । ପ୍ରଥମ ଲହରକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଠିକ୍ ମୁକାବିଲା କରାଯାଇଛି । ଦ୍ଵିତୀୟ ଲହର ସ୍ଥିତି ଯାହା ଅଛି ତାକୁ  ମୁକାବିଲା ସଠିକ୍ ଢଙ୍ଗରେ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.