5-Tକୁ ନେଇ ପୁଣି ମୁହଁ ଖୋଲିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, କ’ଣ କହିଲେ ପଢନ୍ତୁ…

Published By : Prameya-News7 Bureau | October 31, 2019 IST

ଭୁବନେଶ୍ବର ୩୧।୧୦: ମୋ ସରକାର ଓ 5-T କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଛନ୍ତି ସଚିବ । ବିଭିନ୍ନ ଜିଲ୍ଲା ଗସ୍ତକରି ଲୋକଙ୍କଠୁ ଫିଡବ୍ୟାକ୍ ନେବା ସହ ତୁରନ୍ତ ଆକ୍ସନ ମଧ୍ୟ ନେଉଛନ୍ତି । ସଚିବମାନଙ୍କ ଜିଲ୍ଲା ଗସ୍ତକୁ ନେଇ ଯେଭଳି ତୁମ୍ବିତୋଫାନ ଚାଲିଛି ତାକୁ ବିରୋଧୀ ହଜମ କରିପାରୁ ନାହାନ୍ତି । ମୋ ସରକାର କାର୍ଯ୍ୟକ୍ରମରେ 5-T ର ବ୍ୟବହାର ଆଉ ଅନସ୍ପଟ ଆକ୍ସନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଶେଷକରି ଥାର୍ଡ ଫ୍ଲୋରର ସବୁ ଅଧିକାରୀଙ୍କଠୁ ବିଭିନ୍ନ ସଚିବଙ୍କ ପର୍ଯ୍ୟନ୍ତ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଥିବାରୁ ତାକୁ ନେଇ ସବୁ ଦଳ ଏବେ ଭିଡା ଭିଡି ଅବସ୍ଥାରେ । 

ଏଭଳି ସ୍ଥିତିରେ 5-Tକୁ ନେଇ ପୁଣି ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । 5-T ଏକ ଅଭିନବ ପ୍ରୟାସ ନୁହେଁ । 5-T ଏକ ସ୍ବତନ୍ତ୍ର ବିଭାଗ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଏହାଦ୍ବାରା ଅନ୍ୟ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ ହେଉଛି । 5-T ଏକ ନୂଆ କନସେପ୍ଟ ନୁହେଁ ବୋଲି ଅପରାଜିତା କହିଛନ୍ତି । ଆଇଏଏସ ଟ୍ରେନିଂ ସମୟରେ ଆମକୁ ମଧ୍ୟ 5-Tକୁ ନେଇ ଅବଗତ କରାଯାଇଥିଲା ବୋଲି ସିଧାସଳଖ ଶୁଣାଇଛନ୍ତି ଅପରାଜିତା । 5-T ଭଳି ଅନ୍ୟ ଏକ ବିଭାଗ ନକରି ଯେଉଁ ବିଭାଗ ଦାୟିତ୍ବରେ ଯିଏ ଅଛନ୍ତି ସେମାନଙ୍କୁ ସକ୍ଷମ କରାଯାଉ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.