ଭାବନାତ୍ମକ ହୋଇଗଲି, ଅତିଥିମାନଙ୍କୁ ଉତ୍ସାହିତ କରିବାକୁ ମାତ୍ର ଦୁଇ ମିନିଟ୍ ମାସ୍କ ଖସାଇ ନାଚିଥିଲି : ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ସାଂସଦ ଅପରାଜିତା

Published By : Prameya-News7 Bureau | October 10, 2020 IST

ଭୁବନେଶ୍ବର ୧୦।୧୦: ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲଂଘନ ହୋଇଥିବା ଅଭିଯୋଗରେ ଫସିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କ କାର୍ଯ୍ୟାଳୟକୁ ଆଜି ସିଲ୍ କରିଛି ବିଏମସି । ସିଲ୍ ହୋଇଥିବା ଅଫିସ୍ ସମ୍ମୁଖରେ ବସି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି ଯେ, ଭାବନାତ୍ମକ ଭାବେ ମହିଳାଙ୍କ ସହ ମିଶିଯାଇଥିଲି । ଅତିଥିମାନଙ୍କୁ ଉତ୍ସାହିତ କରିବାକୁ ମାତ୍ର ଦୁଇ ମିନିଟ୍ ମାସ୍କ ଖସାଇ ନାଚିଥିଲି । ଜନ୍ମଦିନ ଉତ୍ସବ ଥିବାକୁ ୨ ମିନିଟ୍ ଲୋକଙ୍କ ଗହଣରେ ଥିଲି । ପରିସ୍ଥିତିରେ ପଡି ଏପରି କରିଥିଲି । ମୁଁ କୌଣସି କୋଭିଡ୍ ନିୟମ ଉଲଂଘନ କରିନାହିଁ ବୋଲି ଅପରାଜିତା କହିଥିଲେ । ଏତେ ଭିଡ ଥିଲା ଯେ ଅନ୍ୟମାନଙ୍କୁ ମାସ୍କ ପିନ୍ଧିବାକୁ କିମ୍ବା ସାମାଜିକ ଦୂରତା ରକ୍ଷା କରିବାକପ କହିପାରିନଥିଲି । ଲୋକଙ୍କ ଆଶୀର୍ବାଦରେ ସାଂସଦ ହୋଇଛି । ଲୋକଙ୍କ ପାଇଁ କାମ କରୁଛି ଲୋକଙ୍କ ସହଯୋଗ ମିଳୁଛି ।

ପ୍ରଧାନମନ୍ତ୍ରୀ କୋଭିଡ୍ ନିୟମ କରିଛନ୍ତି । ଆମେ ସମସ୍ତେ ତାହାକୁ ପାଳନ କରିବା ଉଚିତ । ଆକ୍ରୋଶମୂଳକ ଭାବେ ଅଫିସ୍ ସିଲ୍ କରାନଯାଉ ବୋଲି କହିଛନ୍ତି ଅପରାଜିତା । ତେବେ ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଅପରାଜିତା ଓଲଟା ପ୍ରଶ୍ନ କହିଛନ୍ତି ।

wp:html /wp:html

କୋଭିଡ୍ ନିୟମ ଉଲଂଘନ ନେଇ ଫଟୋ ଦେଖାଇଛନ୍ତି ଅପରାଜିତା । ୧୭ଟି ଫଟୋ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ସାଂସଦ । ଅପରାଜିତା ଦେଖାଇଥିବା ଫଟୋ ଏବଂ ଫୁଟେଜରେ କ୍ଲିପ୍ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ସେ କହିଛନ୍ତି ।

ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଦିନ ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ପ୍ରବଳ ଗହଳି ପାଇଁ ବିଜେଡି କେବେ ସିଲ୍ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏଥିପାଇଁ ସେ ବିଜେଡି ଅଫିସରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଭିଡର ଫଟୋ ଗଣ ମାଧ୍ୟମକୁ ଦେଖାଇଛନ୍ତି । ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି ଅପରାଜିତା ।

ବିକାଶ ତାଙ୍କ ଏଜେଣ୍ଡା ବୋଲି ଅପରାଜିତା କହିଛନ୍ତି । କୋଭିଡ୍ ନିୟମ ଭିତରେ ବିକାଶ କମ ହେବ । ତାଙ୍କ ଅଫିସ୍ ସିଲ୍ ହେଲେ ବି ବିକାଶ କାମ ବନ୍ଦ ହେବନାହିଁ ବୋଲି ଅପରାଜିତା କହିଛନ୍ତି । ୭ ମାସ ନିବାସ ଭିତରେ ରହି ରାଜ୍ୟର ଶାସନ ଚାଲିପାରିବନାହିଁ । ଆକ୍ରୋଶମୂଳକଭାବେ ତାଙ୍କ ଅଫିସକୁ ସିଲ୍ କରାଯାଇଛି ବୋଲି ସେ କହିଛନ୍ତି । ବିକାଶର ପ୍ରକ୍ରିୟାକୁ ଭାଙ୍ଗିବା ପାଇଁ ଏଭଳି ଉଦ୍ୟମ ହେଉଛି । ରାଜରାସ୍ତାରେ ବସି କାମ ଜାରି ରହିବ ବୋଲି ଅପରାଜିତା କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.