୧୫ଦିନ ପରିବର୍ତ୍ତେ ୮ଦିନରେ ଖୋଲିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ

Published By : Prameya-News7 Bureau | October 17, 2020 IST

ଭୁବନେଶ୍ବର ୧୭।୧୦: ଖୋଲିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ୧୫ ଦିନ ପରିବର୍ତ୍ତେ ୮ ଦିନରେ ଅଫିସ ଖୋଲିଛି । ବିଏମସି ଅଧିକାରୀ ସାଂସଦଙ୍କ ପଳାଶପଲ୍ଲୀ ସ୍ଥିତ ଅଫିସ୍ କୁ ଖୋଲିଛନ୍ତି । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଅଫିସ୍ ସିଲ୍ କରିଥିଲା ବିଏମସି ।

ଅଫିସ ଖୋଲିବା ପୂର୍ବରୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା । ଅଫିସ ସିଲ୍ କରିବା ବେଆଇନ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବନ୍ଦ କରିବା ଭୁଲ ଥିଲା ଓ ବେଆଇନ ଥିଲା । କେବଳ ଆକ୍ରୋଶମୂଳକ ଭାବେ ଏହାକୁ ବନ୍ଦ କରାଯାଇଥିଲା । ବିଧାୟକ-ମନ୍ତ୍ରୀ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ବିଜେଡି ଅଫିସ୍ କାହିଁକି ସିଲ୍ ହେଲାନି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । ଆର୍ଥିକ କ୍ଷତି ହୋଇଛି । ମାନସିକ ଯନ୍ତ୍ରଣା ଦିଆଯାଇଛି । ଭାବମୂର୍ତ୍ତି ଉପରେ ଆଞ୍ଚ ଅଣାଯାଇଛି । କ୍ଷତିପୂରଣ ପାଇବାକୁ ଦାବି କରିପାରେ ଓ ସରକାରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିପାରେ ବୋଲି ସାଂସଦ ଅପରାଜିତା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସେପ୍ଟେମ୍ବର ୩୦ର ଗାଇଡ଼୍ ଲାଇନଙ୍କୁ ଉଲ୍ଲଂଘନ କରାଯାଇଛି। ସରକାର ସେ ଗାଇଡ଼ ଲାଇନକୁ ନ ପଢି ନିଜ ଗାଇଡ଼ ଲାଇନ ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ଗାଇଡ଼ ଲାଇନ କେହି ପରିବର୍ତ୍ତନ କରିପାରିବେନି । ତେଣୁ କୋଭିଡ ନିୟମ ଲାଗୁ କରିବା ସରକାରଙ୍କ କୌଣସି ନୈତିକତା ନାହିଁ ବୋଲି ଅପରାଜିତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.