ଅଫିସ ସିଲ୍ : ରାସ୍ତାରେ ଜନଶୁଣାଣୀ କଲେ ସାଂସଦ

Published By : Prameya-News7 Bureau | October 11, 2020 IST

କୋଭିଡ କଟକଣା ଭାଙ୍ଗି ଜନ୍ମ ଦିନ ସେଲିବ୍ରେସନ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯାଳୟ ସିଲ ପରେ ଆଜି ରାସ୍ତା କଡରେ ଜନଶୁଣାଣି କରିଛନ୍ତି ସାଂସଦ । ବିଏମସି କାଯ୍ୟଳୟ ସିଲ କରିଥିବା ପ୍ରତିବାଦରେ ସାଂସଦ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି କାଯ୍ୟଳୟ ସାମ୍ନାନାରେ ଜଣ ଶୁଣାଣି କରିଥିଲେ । ଏହି କାଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଅଫିସ୍ ସିଲ୍ ହୋଇଥିବାରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ  ବିଭିନ୍ନ ସ୍ଥାନରେ ବୁଲ ବୁଲି କାଯ୍ୟ  ଅଫିସ କରିବେ ବୋଲି ସାଂସଦ କହିଛନ୍ତି ।   

{"id":342616,"sizeSlug":"large"}

ରାସ୍ତାକଡରେ ଜନଶୁଣାଣି ହେଉଥିବାରୁ ସାମାଜିକ ଦୂରତା କିଭଳି ମେଣ୍ଟନ ହେବ ତାହା ଶାସନର କାମ ବୋଲି ସାଂସଦ କହିଛନ୍ତି ।. ଏହାସହ  ୮ ଟି ପ୍ରଶ୍ନକୁ ନେଇ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ବିଏମସିର ନୋଟିସ ଆଧାରରେ ଜନ୍ମଦିନ ସେଲିବ୍ରେସନରେ ସାମିଲ ଥିବା ଲୋକଙ୍କ ତାଲିକା ଦେବା ସମ୍ବବ ନୁହେଁ ବୋଲି କହିଛନ୍ତି ସାଂସଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.