ଅପରାଜିତା ଷଡଙ୍ଗୀ ଦେଲେ ୧୦୦ଟଙ୍କା ଜରିମନା: ସାମାଜିକ ଦୂରତା ରଖିନଥିଲେ ସାଂସଦ

Published By : Prameya-News7 Bureau | June 04, 2020 IST

ଭୁବନେଶ୍ବର ୪।୬: ସାଂସଦ ଦେଲେ ଫାଇନ୍ । ସୋସିଆଲ ଡିଷ୍ଟାନ୍ସିଂ ନିୟମ ଉଲଂଘନ ଅଭିଯୋଗରେ ଜରିମନା ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୧୦୦ ଟଙ୍କା ଗଣିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ବୁଧବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ ନେତା ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଚାଲିଥିବା ସାମାଜିକ ଦୂରତ୍ବ ନିୟମ ଉଲଂଘନ କରି ସାଂସଦ ଦଳୀୟ କର୍ମୀଙ୍କ ସହ ଏକାଠି ମିଳାମିଶା କରିଥିଲେ ।

କାର୍ଯ୍ୟକ୍ରମ ପରେ ସାମାଜିକ ଦୂରତା ନିୟମ ଉଲଂଘନ କରଥିବା ଅପରାଜିତା ଅନୁଭବ କରିଥିଲେ। ଫଳରେ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ଆଡୁ ସେ ୧୦୦ ଟଙ୍କା ଜରିମନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.