ଶ୍ରଦ୍ଧାଳୁଙ୍କୁ ‘ଭକ୍ତାଳୁ’ ଲେଖି ଟ୍ରୋଲ ହେଲେ ସାଂସଦ ଅନୁଭବ ମହାନ୍ତି
30/12/2019 at 12:19 PM

ଭୁବନେଶ୍ୱର ୩୦।୧୨ – ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟରେ ଶ୍ରଦ୍ଧାଳୁଙ୍କୁ ‘ଭକ୍ତାଳୁ’ ଲେଖି ଟ୍ରୋଲ ହୋଇଛନ୍ତି । ସେ କେନ୍ଦ୍ରାପଡାକୁ ନିଜ ଜନ୍ମଦିନ ଅବସରରେ ଯାଇଥିବା ବେଳେ ବଳଦେବଜୀଉଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ସେ ଭେଟିଥିଲେ । ତେବେ ସୋସିଆଲ୍ ମିଡିଆରୁ ପ୍ରଶଂସା ସାଉଁଟିବା ପାଇଁ ଏହାର କେତକ ଫଟୋକୁ ସେ ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ଭକ୍ତମାନଙ୍କୁ ଭକ୍ତାଳୁ ବୋଲି ଉଲ୍ଲେଖ କରିଛନ୍ତି ।
ଏହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରିଛନ୍ତି । ଜନ୍ମଦିନ ଅବସରରେ ସେ ତୁଳସୀ କ୍ଷେତ୍ର ଯିବା ସହ” ମୋ ଜନ୍ମଦିନରେ କେନ୍ଦ୍ରାପଡ଼ାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ ଭିତରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ଦର୍ଶନ ଗୋଟେ ପ୍ରଧାନ ଲକ୍ଷ୍ୟ ଥିଲା। ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ସେଠାକୁ ଆସିଥିବା ଭକ୍ତାଳୁ, ଛୋଟ ଛୁଆ ଓ ବୃଦ୍ଧ ବୃଦ୍ଧାମାନଙ୍କ ସହ କିଛି ସମୟ କାଟି ଭଲ ଲାଗିଥିଲା। ” ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ମାତ୍ର ଏହି ଟ୍ୱିଟ ନେଇ ଅନୁଭବଙ୍କକ ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ଅନ୍ୟ ଏକ ଟ୍ୱିଟରେ ସେ ମୋବାଇଲ୍ରେ ଲେଖିଲା ବେଳେ ଟାଇପ୍ରେ ଭୁଲ୍ ହୋଇଯାଇଛି । ଲେଖା ଉପରେ ନୁହେଁ ଭାବ ଉପରେ ଗୁରୁତ୍ୱ ଦେବା ପାଇଁ ଉଲ୍ଲେଖ କରିଛନ୍ତି ।
