Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଓଟିଭି ବିରୋଧରେ ଅନୁଭବଙ୍କ ମାନହାନୀ ମୋକଦ୍ଦମା, ଦିଲ୍ଲୀ କୋର୍ଟରେ ଦାୟର ମାମଲାରେ ସାଂସଦ ଦର୍ଶାଇଛନ୍ତି- ମିଥ୍ୟା ଖବର ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି

8/10/2020 at 7:19 PM

ନୂଆଦିଲ୍ଲୀ, ୦୮ ।୧୦: ଓଟିଭି ବିରୋଧରେ ମାନହାନୀ ମୋକଦ୍ଦମା କଲେ ସାଂସଦ ଅନୁଭବ ମହାନ୍ତି । ତାଙ୍କ ନାଁରେ ମିଛ ଖବର ପ୍ରସାରଣକୁ ବିରୋଧ କରି ଅନୁଭବ ଦିଲ୍ଲୀ କୋର୍ଟରେ ମୋକଦ୍ଦମା ରୁଜୁ କରିଛନ୍ତି । ସାଂସଦ ନିଜେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଓଟିଭି, ଓଟିଭି ଏମଡି ଜଗି ପଣ୍ଡା, ସମ୍ପାଦକଙ୍କ ବିରୋଧରେ ମାନହାନୀ ମୋକଦମା ରୁଜୁ କରିଛନ୍ତି । ଜାଣିଶୁଣି, ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କ ନାମରେ ମିଥ୍ୟା ଖବର ପରିବେଶଣ କରାଯାଇ ଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଏପରିକି ଏହି ମିଥ୍ୟାଖବର ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବା ସାଂସଦ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଟିଭି ସହ ସାଂସଦ ଅନୁଭବଙ୍କ ବିବାଦ ବହୁ ପୁରୁଣା । ଓଟିଭି ଏମଡିଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଲୋକସଭା ଆସନରେ ଅନୁଭବଙ୍କ ସହ ଲଢି ପରାଜିତ ହୋଇଥିଲେ ।

   Related Posts