ସାଂସଦ ଅନୁଭବ ମହାନ୍ତିଙ୍କ କଥା ଶୁଣୁନି ପୋଲିସ: ଟୁଇଟ ଜରିଆରେ ଅସହାୟତା କଲେ ପ୍ରକାଶ, କ’ଣ ବୁଝିବା ଏଥିରୁ?

Published By : Prameya-News7 Bureau | September 30, 2019 IST

ଭୁବନେଶ୍ବର୩୦|୯: ସାଂସଦ କହିଲେ ଆଉ ପୋଲିସ ଶୁଣିଲାନି । ଆଉ ଏଇ କଥାକୁ ଟ୍ବିଟରରେ ଲେଖି ପୋଲିସ କମିଶନରଙ୍କୁ କମ୍‌ପ୍ଲେନ୍‌ କରିଛନ୍ତି ଖୋଦ୍‌ ସାଂସଦ । ଏଠି ପୋଲିସ ପବ୍ଲିକ୍‌ ରିଲେସନ୍‌ ଭିତରେ ଜଣେ ସାଂସଦଙ୍କ ରୋଲ୍‌ କ’ଣ, ଆଉ ଏମିତି କରି ସାଂସଦ କ’ଣ ଦେଖାଇବାକୁ ଚେଷ୍ଟା କରୁଛନ୍ତି,  ତାହା ବୁଝା ପଡ଼ୁନାହିଁ । କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଦେଖିବା ।….

wp:core-embed/twitter {"url":"https://twitter.com/AnubhavMohanty_/status/1178395668810891264","type":"rich","providerNameSlug":"twitter","className":""}
https://twitter.com/AnubhavMohanty_/status/1178395668810891264
/wp:core-embed/twitter

{"id":164654}

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏ ଟ୍ବିଟ୍‌ ଉପରେ ଟିକେ ନଜର ପକାନ୍ତୁ । ନିଜ  ଟ୍ବିଟର ପେଜ୍‌ରେ ଏମିତି କିଛିଲେଖି ପୋଲିସ କମିଶନରଙ୍କୁ ତାଙ୍କର ଅଭିଯୋଗ ଜଣାଇଛନ୍ତି ସାଂସଦ । ପଡ଼ୋଶୀଙ୍କ ସହ ତାଙ୍କର କିଛି ପାଟିତୁଣ୍ଡକୁ ନେଇ ସ୍ଥାନୀୟ ପୋଲିସ କୌଣସି ଆକ୍ସନ ନେଇନଥିବା ଅଭିଯୋଗ କରିଛନ୍ତି ।

{"id":164655}

ଏହି ଘଟଣାରେ ସାଂସଦଙ୍କ କହିବା କଥା ତାଙ୍କ ପଡ଼ୋଶୀରେ ରହୁଥିବା ମନଜିତ୍‌ ଦାସ ତାଙ୍କ ସହ ଗଣ୍ଡଗୋଳ କରିଥିଲେ । ପାଟିତୁଣ୍ଡ କରିଥିଲେ । ଏନେଇ ଅନୁଭବ ମହାନ୍ତି ପୁରୀ ଘାଟ ଥାନାକୁ ଫୋନ୍‌ କରି ଜଣାଇବା ପରେ ମଧ୍ୟ ବିଳମ୍ବରେ ପହଞ୍ଚିଥିଲା ପୋଲିସ । ଆଉ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତେ କୁଆଡ଼େ ସାଂସଦଙ୍କୁ ଦୁର୍ବ୍ୟବହାର କରିଥିଲେ ।

{"id":164657}

ଜଣେ ସାଂସଦଙ୍କ ଏଭଳି ଅଭିଯୋଗ ନିଶ୍ଚିତ ଭାବେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । କାରଣ ଏଠି ପୋଲିସ ପବ୍ଲିକ୍‌ ରିଲେସନ୍‌ ଭିତରେ ଜଣେ ସାଂସଦଙ୍କ ରୋଲ୍‌ କ’ଣ, ଆଉ ଏମିତି କରି ସାଂସଦ କ’ଣ ଦେଖାଇବାକୁ ଚେଷ୍ଟା କରୁଛନ୍ତି,  ତାହା ବୁଝା ପଡ଼ୁନାହିଁ ।

{"id":164659}

ସାଂସଦଙ୍କ ଏଭଳି ଅଭିଯୋଗକୁ କିନ୍ତୁ ମାନିବାକୁ ନାରାଜ୍‌ କଟକ ଡିସିପି ।ତାଙ୍କ କହିବା କଥା ସାଂସଦଙ୍କ ଅଭିଯୋଗ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୁରୀଘାଟ ଥାନା ଅଧିକାରୀ । ଏମିତିରେ କିଏ ସତ କିଏ ମିଛ ତାହା ତ ତଦନ୍ତ ପରେ ଜଣାପଡ଼ିବ । ହେଲେ ଏଠି ଗୋଟେ କଥା ବୁଝାପଡ଼ୁନି ସାଂସଦ ଅନୁଭବ ମହାନ୍ତି ପଡ଼ୋଶୀଙ୍କ ବିରୋଧରେ ଥାନାରେ ଅଭିଯୋଗ ନକରି ଟ୍ବିଟର ପେଜ୍‌ରେ ଏମିତି ଲେଖିବାର ଅର୍ଥ କ’ଣ ହୋଇପାରେ ? 

{"id":164660}

ଯେତେବେଳେ ସରକାର ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ପୋଲିସ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଯେତେବେଳେ ପୋଲିସ ଡିପାର୍ଟମେଣ୍ଟ ଲୋକଙ୍କ ସହ ଯୋଡ଼ି ହେବାକୁ ସେମାନଙ୍କୁ ଉଚିତ୍‌ ସମ୍ମାନ ଓ ନ୍ୟାୟ ଦେବାକୁ ପୋଲିସ-ପବ୍ଲିକ୍‌ ରିଲେସନ୍‌ ଉପରେ ଅଧିକ ଗୁରୁତ୍ବ ଦେଉଛି, ସେଠି ଜଣେ ସାଂସଦ ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିବା ନିଶ୍ଚିତ ଭାବେ ସାଂଘାତିକ ।

{"id":164661}

ଏମିତିରେ ସାଧାରଣ ଲୋକଙ୍କ ମନରେ ବି ବ୍ୟବସ୍ଥା ପ୍ରତି ନାନା ପ୍ରଶ୍ନ ଉଠିବା ସ୍ବାଭାବିକ୍‌ । ପ୍ରଶ୍ନ ଏୟା ହୋଇପାରେ ଯେ, ଯଦି ଏଠି ପୋଲିସ ଜଣେ ସାଂସଦଙ୍କ କଥା ଶୁଣୁନି ତାହେଲେ ସାଧାରଣ ଲୋକଙ୍କ କଥା ଶୁଣିବ କେମିତି ?

{"id":164662}

ଏୟା ବି ହୋଇପାରେ ଯେ, ଯଦି ଜଣେ ସାଂସଦ ପୋଲିସ ବିରୋଧରେ ଏଭଳି ଅଭିଯୋଗ କରିବେ ତାହେଲେ ବ୍ୟବସ୍ଥା ତିଆରି କରୁଥିବା ନେତାଙ୍କୁ ଲୋକେ ବିଶ୍ବାସକୁ ନେବେ କେମିତି ?

{"id":164663}
{"id":164664}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.