ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଂଗ: ପାଲଟା ଏତଲା ଦେଲେ ସାଂସଦ ଅନୁଭବ ମହାନ୍ତି

Published By : Prameya-News7 Bureau | June 17, 2019 IST

କଟକ୧୭|୬: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ନାଁରେ ହୋଇଥିବା ଅଭିଯୋଗ ଘଟଣା ନୂଆ ମୋଡ ନେଇଛି । ପ୍ରଥମେ ମହିଳା ଏତଲା ଦେବା ପରେ ଏବେ ନିଜକୁ ବଞ୍ଚାଇବାକୁ ଯାଇ ଅନୁଭବ ମଧ୍ୟ ପାଲଟା ଏତଲା ଦେଇଛନ୍ତି । ପୁରୀଘାଟ ଥାନାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରିବା ବଦଳରେ ହାତ ବାନ୍ଧି ବସିଛି ପୋଲିସ ।

କେନ୍ଦ୍ରାପଡା ସାଂସଦ ଓ ତାଙ୍କ ଭାଇଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ଘଟଣା ନୂଆ ମୋଡ ନେଇଛି । ଦୁର୍ବ୍ୟବହାର ନେଇ ଝାଞ୍ଜିରମଙ୍ଗଳା ଅଞ୍ଚଳର ଜଣେ ମହିଳା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇଙ୍କ ନାଁରେ ଏତଲା ଦେଇଥିଲେ । ଏତଲା ଅନୁଯାୟୀ ଦୁର୍ବ୍ୟବହାର, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ, ଧକ୍କା ମାରିବା ସହ ସମ୍ମାନ ହାନୀ ଭଳି ମାମଲା ରୁଜ ହୋଇଛି । ଅନୁଭବ ମଧ୍ୟ ପାଲଟା ଏତଲା ଦେଇଛନ୍ତି । ତେବେ ଅନୁଭବ ଓ ତାଙ୍କ ଭାଇ ନିଜକୁ ବଞ୍ଚାଇବା ପାଇଁ କାଉଣ୍ଟର ଏତଲା ଦେଇଥିବା  ଚର୍ଚ୍ଚା ହେଉଛି ।

ସେପଟେ ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ହାତବାନ୍ଧି ବସିଛି । ଉଭୟ ଘଟଣାରେ ପୋଲିସ ନା କରୁଛି ପଚରା ଉଚରା ନା ଆରମ୍ଭ କରିଛି ତଦନ୍ତ । ଯାହାକୁ ନେଇ ସନ୍ଦେହ ଘେରରେ ପୋଲିସର ଭୂମିକା । ପ୍ରଶ୍ନ ଉଠୁଛି ପୋଲିସ ଅନୁଭବଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ନା ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନେଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.