ଆରପାରିରେ ସାଂସଦ ଅମର ସିଂ

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ, ୦୧|୦୮: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । ଏହାପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ଥିଲେ । ୨୦୧୬ରେ ସେ ରାଜନୀତିରେ ସକ୍ରିୟ ଥିଲେ ।ତେବେ ଗତ ୭ ମାସ ଧରି ସେ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷ ସମୟରେ କେବଳ ପତ୍ନୀଙ୍କ ତାଙ୍କ ପାଖରେ ଉପସ୍ଥିତ ଥିଲେ ।

ରାଜନୈତିକ ଜୀବନରେ ଅମରଙ୍କର ଉତ୍ଥାନ ପତନ ଲାଗି ରହିଥିଲା । ଏକଦା ସେ ସମାଜବାଦୀ ପାର୍ଟିର ସବୁଠାରୁ ଟାଣୁଆ ନେତା ଥିଲେ । ତେବେ ସମାଜବାଦୀ ପାର୍ଟିର ନେତୃତ୍ୱ ଅଖିଳେଶ ଯାଦବଙ୍କ ହାତକୁ ଗଲା ପରେ ଅମରଙ୍କ ଗୁରୁତ୍ୱ କମିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.