ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଚାଷୀ ହେଉଛନ୍ତି ଆଣ୍ଟି-ନେସନାଲ୍, କହିଲେ- ଦେଶରେ ଛତୁ ଫୁଟିଲା ପରି ଫୁଟୁଛନ୍ତି ଚାଷୀ ସଂଗଠନ

Published By : Prameya-News7 Bureau | December 14, 2020 IST

ଭୋପାଳ ୧୪/୧୨ : ଦେଶର ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ଜାରି ରହିଥିବା କୃଷକ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ସହିତ ୬ ଥର ଆଲୋଚନା ପ​‌ରେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ସରକାର ନୂଆ ଆଇନକୁ ଚାଷୀଙ୍କ ହିତ ପାଇଁ ତିଆରି କରାଯାଇଥିବା ବାରମ୍ବର କହୁଛନ୍ତି । କିନ୍ତୁ ଚାଷୀ ସଂଗଠନ ଏହାକୁ ଫେରାଇ ନେବା ଜିଦରେ ଅଟଳ ଅଛନ୍ତି ।

ଏହାରି ମଧ୍ୟରେ ମଧ୍ୟ ପ୍ରଦେଶ କୃଷି ମନ୍ତ୍ରୀ କମଲ ପଟେଲ ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଚାଷୀ ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ଉଜ୍ଜେନ୍ ପହଞ୍ଚିଥିବା ମଧ୍ୟ ପ୍ରଦେଶ କୃଷି ମନ୍ତ୍ରୀ କମଲ ପଟେଲ ପ୍ରଦର୍ଶନକାରୀ କୃଷକ ସଂଗଠନଗୁଡିକୁ ଆଣ୍ଟି-ନେସନାଲ୍ ବୋଲି କହି ବିବାଦ ଭିତରେ ଫସିଛନ୍ତି । ଏହା ସହିତ ସେ କହିଛନ୍ତି ଦେଶରେ ଛତୁ ଫୁଟିଲା ପରି ଚାଷୀ ସଂଗଠନ ତିଆରି ହେଉଛି ।

{"id":377472,"sizeSlug":"large","linkDestination":"none"}

କୃଷି ମନ୍ତ୍ରୀ କମଲ ପଟେଲ କହିଛନ୍ତି, ଆନ୍ଦୋଳନ କରୁଥିବା ଚାଷୀମାନେ ଅଚାନକ ସାପ, ବିଛା, ନେଉଳ ଏବଂ ମୂଷା ଭଳି ପ୍ରଳାପ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେପରି ନଈ ବଢି ଆସେ ଏବଂ ପାଣି ମାଡିଆସେ ସେତେବେଳେ ସାପ, ବିଛା, ନେଉଳ ଏବଂ ମୂଷାମାନଙ୍କ ଭଳି ଜୀବମାନେ ଗୋଟିଏ ଗଛରେ ଆଶ୍ରୟ ନିଅନ୍ତି ସେହିଭଳି ଭାବେ ବିକାଶ କ୍ଷେତ୍ରରେ ମୋଦିଙ୍କ ନଈ ବଢି ଆସିଛି । ପୂରା ବିରୋଧି ଏକତ୍ରିତ ହୋଇ ବିରୋଧ କରିବାରେ ଲାଗିପଡିଛନ୍ତି ।

ଉଜ୍ଜେନରେ ଚାଷୀମାନଙ୍କ ଏକ ସଭାରେ ଯୋଗ ଦେବା ଅବସରରେ ଏକ ସାମ୍ବାଦିକ ସମ୍ମୀଳନୀକୁ ସମ୍ବୋଧିତ କରିଥିଲେ । ସେଠାରେ ସେ ଚାଷୀଙ୍କୁ ଆଣ୍ଟି-ନେସନାଲ କହିବା ସହିତ ଏହା ବିରୋଧିଙ୍କ ଏକ ସଡଜନ୍ତ୍ର ବୋଲି କହି ବିବାଦରେ ଫସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.