ରାସ୍ତା ମଝିରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଦୁଇ

Published By : Prameya-News7 Bureau | April 16, 2019 IST

ବାରିପଦା ୧୬|୪: ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସାନକେରକୋ ଅଞ୍ଚଳରେ ରାସ୍ତ ମଝିରେ କାର୍ ଜଳିଯାଇଛି । କାର୍‌ଟି ନୂଆଗାଁ ଅଞ୍ଚଳର ଶମ୍ଭୁ ସାହୁଙ୍କର ବୋଲି ଜଣାପଡିଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାରିପଦାରୁ ନିଜ କାର୍ଯ୍ୟ ସାରି ଶମ୍ଭୂଙ୍କ ପୁଅ ଲଳିତ ସାହୁ ଘରକୁ ଫେରୁଥିବା ସମୟରେ ସାନକେରକୋ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

{"id":103997}

ସୂଚନା ଅନୁସାରେ ପ୍ରଥମେ ଗାଡିଟିରୁ ଧୂଆଁ ବାହାରିବାରୁ ଲଳିତ ଗାଡିକୁ ଅଟକାଇ ଓହ୍ଲାଇ ପଡିଥିଲେ । ପରେ ପରେ ଗାଡିଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଗାଡିଟି ଜଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେଉଁ କାରଣରୁ ଗାଡିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.