ଏ ଆନ୍ଦୋଳନ ସରିନି, ଜାରି ରହିବ ଲଢେଇ: ଚିରଞ୍ଜୀବ

Published By : Prameya-News7 Bureau | November 12, 2021 IST

ଭୁବନେଶ୍ୱର ୧୨/୧୧: ମମିତା ମେହେର ହତ୍ୟା ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ଦେଇଥିବା ବନ୍ଦ ଡାକରା ସଫଳ ହୋଇଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ହାଇକୋର୍ଟ ଆଦେଶ ମାନି ହରତାଳ କରିଥିବାରୁ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ । ଏକଥା କହିଛନ୍ତି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।

ସେ କହିଛନ୍ତି ଏହି ଏ ଆନ୍ଦୋଳନ ଏତିକିରେ ଶେଷ ହେବନି । ବନ୍ଦ ହେବ ନାହିଁ, ବରଂ ଆଗକୁ ବି ଏ ଲଢେଇ ଜାରି ରହିବ । ମମିତା ମେହେରଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ । ଦରକାର ପଡିଲେ ଉଚ୍ଚ ନ୍ୟାୟାଳୟକୁ ଯିବ କଂଗ୍ରେସ ବୋଲି ସେ କହିଛନ୍ତି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.