Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଅତୀଥିଙ୍କୁ ପରଷାଯିବ ଏହିସବୁ ସ୍ୱତନ୍ତ୍ର ବ୍ୟଞ୍ଜନ

30/05/2019 at 1:51 PM

ନୁଆଦିଲ୍ଲୀ ୩୦/୫ :  ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ହୋଇଛି । ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ୧୪ ଦେଶର ପ୍ରମୁଖଙ୍କ ସମେତ ବୁଦ୍ଧିଜୀବି, ରାଜନୈତିକ ଆକ୍ଟିଭିସ୍ଟ,, ଫିଲ୍ମ ତାରକାଙ୍କ ସମେତ ପାଖାପାଖି ୬ ହଜାର ଅତୀଥି ସାମିଲ ହେବେ ।

ମୋଦିଙ୍କ ପ୍ରସଂଶକ ଜାଣିବା ପାଇଁ ଉତ୍ସୁକ ଯେ, ଶପଥ ଗ୍ରହଣ ସମାରୋହରେ ନରେନ୍ଦ୍ର ମୋଦି ଅତୀଥିଙ୍କ ଥାଳୀରେ କଣ ପରଷିବେ । ଆଜି ମନ୍ଧ୍ୟାରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଅତୀଥିଙ୍କୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ପରଷାଯିବ ।

ଜଳଖିଆ – ଅତୀଥିମାନଙ୍କ ପାଇଁ ଜଳଖିଆରେ ସ୍ୟାଣ୍ଡୱିଚ, ସିଙ୍ଗଡା, ରାଜଭୋଗ, ଲେମନ ଚାର୍ଟ ବ୍ୟବସ୍ଥା କରାଯାଇଛି ।

ରାତ୍ରୀ ଭୋଜନ – ରାତ୍ରୀ ଭୋଜନରେ ଉଭୟ ଶାକାହାରୀ ଏବଂ ମାଂସାହାରୀ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ରାତି ୯ଟା ରେ ରାଷ୍ଟ୍ରପତି ଭବନରେ ସମସ୍ତ ଅତୀଥିମାନଙ୍କୁ ରାତ୍ରୀ ଭୋଜନ ପରଷାଯିବ । ଅତୀଥିଙ୍କ ସ୍ୱାଗତ ଲେମନ କୋରିଏଣ୍ଡର ସୁପରୁ ହେବ । ବ୍ୟଞ୍ଜନରେ ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର ବ୍ୟଞ୍ଜନ ‘ଦାଲ ରାୟସିନା’ ସାମିଲ ହୋଇଛି ।

ଏହାକୁ ତିଆରି କରିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ମଙ୍ଗଳବାର ରାତିରୁ ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କରାଯାଇଛି । ଏହି ଡାଲି ବହୁତ ସ୍ୱାଦିଷ୍ଟ ହୋଇଥାଏ ।

ଏହିସବୁ ବ୍ୟଞ୍ଜନ ପ୍ରସିଦ୍ଧ ସେଫ୍ ମଚିନ୍ଦ୍ରା କସ୍ତୁରେଙ୍କ ଦେଖରେଖରେ ପ୍ରସ୍ତୁତ ହେଉଛି । ମଚିନ୍ଦ୍ରା କସ୍ତୁରେ ଲେ କ୍ଲବ୍ ଡେଶ ସେଫ୍ସର ସଦସ୍ୟ ଅଛନ୍ତି । ଏହି କ୍ଲବ୍ ଦେଶର ପ୍ରସିଦ୍ଧ ହସ୍ତୀଙ୍କ ପାଇଁ ଖାଇବା ପ୍ରସ୍ତୁତ କରିଥାଏ । ଏହି କ୍ଲବରେ ଦେଶର ପ୍ରସିଦ୍ଧ ସେଫ୍ ସାମିଲ ଅଛନ୍ତି ।

   Related Posts