ଢେଙ୍କାନାଳ ଅଭିମୁଖେ ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର

Published By : Prameya-News7 Bureau | June 02, 2019 IST

ଭୁବନେଶ୍ବର ୨|୬: ଭୁବନେଶ୍ବରରେ ପାହାଡରାଣୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସେଠାରେ ଅପେକ୍ଷା କରି ରହିଥିବା ଲୋକୋ ତାଙ୍କର ଶେଷ ଦର୍ଶନ କରିଛନ୍ତି । ସେଠାରୁ କଳ୍ପନାଙ୍କ ମରଶରୀର ଢେଙ୍କାନାଳ ଯାତ୍ରା ଆରମ୍ଭ କରିଛି ।

{"id":118636}

ଢେଙ୍କାନାଳ ସହର କୁମ୍ଭାରସାହି ସ୍ଥିତ ତାଙ୍କ ବାସଭବନକୁ ମରଶରୀର ନିଆଯିବ । ସେଠାରୁ ତାଙ୍କର ପୈତୃକ ଘର ଓଡାପଡା ବ୍ଲକ୍ ସାରିଆପଡା ଗାଁକୁ ନିଆଯିବ । ଏହା ପରେ ଶୋଭାଯାତ୍ରାରେ ଅଣାଯାଇ ଢେଙ୍କାନାଳ ମିନି ଷ୍ଟାଡିୟମରେ ସାଧାରଣ ଦର୍ଶନ ପାଇଁ ରଖାଯିବ । ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବ।

{"id":118637}

ସେପଟେ କାଠମାଣ୍ଡୁରେ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ ହୋଇଛି । ମାଉଣ୍ଟ ଏଭେରେଷ୍ଟରେ ଅକ୍ସିଜେନ୍ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

{"id":118610}

ଗତ ୨୩ ତାରିଖରେ କଳ୍ପନା ଦାଶଙ୍କର ଦେହାନ୍ତ ହୋଇଥିଲା । ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ କଳ୍ପନା ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମଙ୍ଗଳବାର ବେସ୍ କ୍ୟାମ୍ପକୁ କଳ୍ପନାଙ୍କ ମୃତଦେହ ଅଣାଯାଇଥିଲା। ତେବେ ଆଜି ଆସି ଭୁବନେଶ୍ବରରେ ପହଞ୍ଚିଥିଲା କଳ୍ପନାଙ୍କ ମରଶରୀର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.