ଢେଙ୍କାନାଳରେ ପହଞ୍ଚିଲା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର

Published By : Prameya-News7 Bureau | June 02, 2019 IST

ଢେଙ୍କାନାଳ ୨|୬: ପର୍ବତ କନ୍ୟା କଳ୍ପନା ଦାଶଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳରେ ପହଞ୍ଚିଛି। ଆଜି ସକାଳୁ କଳ୍ପନା ଦାଶଙ୍କ ମରଶରୀର ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କଂପ୍ଲେକ୍ସରେ ବହୁ ବିଶିଷ୍ଟ ବ୍ୟକ୍ତି କଳ୍ପନା ଦାଶଙ୍କ ଅନ୍ତିମ ଦର୍ଶନ କରିଥିଲେ। ଏହାପରେ ଢେଙ୍କାନାଳ ନିଆଯାଇଛି କଳ୍ପନା ଦାଶଙ୍କ ମରଶରୀର। ମୃତଦେହକୁ ତାଙ୍କ ଜନ୍ମମାଟି ଢେଙ୍କାନାଳ କୁମ୍ଭାର ସାହି ସ୍ଥିତ ଘରକୁ ନିଆଯିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ନିଆଯିବ।

{"id":118694}

ଗତ ଶୁକ୍ରବାର କଳ୍ପନା ଦାଶଙ୍କ ମରଶରୀର ଏଭରେଷ୍ଟରୁ ବେସ୍  କ୍ୟାମ୍ପକୁ ଅଣାଯାଇଥିଲା । ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକପଟର ଯୋଗେଁ କାଠମାଣ୍ଡୁ ନିଆଯାଇଥିଲା। କାଠମାଣ୍ଡୁରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଥିଲା ମୃତଦେହ। ମୃତଦେହ ଆଣିବା ପାଇଁ ଓଡ଼ିଶାରୁ ୩ ଜଣିଆ ଟିମ୍  ଯାଇଥିଲେ। ଏଥିପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ୫୨ ବର୍ଷ ବୟସ୍କା କଳ୍ପନା ଦାଶ ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ। ସେ ଦ୍ବିତୀୟ ଥର ଏଭରେଷ୍ଟ ଆରୋହଣ କରି ଫେରିବା ବେଳେ ଅକ୍ସିଜେନ୍  ଅଭାବରୁ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.