Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆଜି ଭୁବନେଶ୍ବରରେ ପହଞ୍ଚିବ କଳ୍ପନା ଦାଶଙ୍କ ମରଶରୀର, କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିଆଯିବ ଶେଷ ଶ୍ରଦ୍ଧାଞ୍ଜଳି

1/06/2019 at 9:07 AM

ଭୁବନେଶ୍ବର ୧|୬: ଆଜି ଓଡ଼ିଶା ଆସିପାରେ ପାହାଡ଼ରାଣୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର । ରାତି ୯ଟା ୧୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମର ସ୍ପେର୍ସ କମ୍ପଲେକ୍ସରେ ରଖାଯିବ । ଆସନ୍ତାକାଲି କଳ୍ପନାଙ୍କ ମରଶରୀର ଢେଙ୍କାନାଳ ସ୍ଥିତ ତାଙ୍କ ପୈତୃକ ଗାଁକୁ ଯିବ ।

ଗତ ୨୩ ତାରିଖରେ କଳ୍ପନା ଦାଶଙ୍କର ଦେହାନ୍ତ ହୋଇଥିଲା । ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍  ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ କଳ୍ପନା ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।  ମଙ୍ଗଳବାର ବେସ୍ କ୍ୟାମ୍ପକୁ କଳ୍ପନାଙ୍କ ମୃତଦେହ ଅଣାଯାଇଥିଲା । ସେଠାରୁ ଗୁରୁବାର କାଠମାଣ୍ଡୁରେ ପହଞ୍ଚିଥିଲା । ଗତକାଲି ସେଠାରେ କଳ୍ପନାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ।

କଳ୍ପନାଙ୍କ ମୃତଦେହ ଆଣିବାକୁ କାଠମାଣ୍ଡୁ ଯାଇଛନ୍ତି ୩ ଜଣିଆ ଟିମ୍ । ଏହି ଟିମ୍ ରେ ଅଛନ୍ତି ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା, କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ଓ ତାଙ୍କର ଜଣେ ସମ୍ପର୍କୀୟ । କଳ୍ପନାଙ୍କ ମରଶରୀର ଓଡିଶା ଫେରାଇ ଆଣିବାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର । ଯେଉଁ ଏଭରେଷ୍ଟ କଲ୍ପନାଙ୍କୁ ସାରା ଦୁନିଆରେ ପରିଚିତ କରିଥିଲା, ସେହି ଏଭରେଷ୍ଟ କୋଳରେ ଶେଷ ନିଶ୍ୱାସ ନେଇଛନ୍ତି କଳ୍ପନା ।

   Related Posts