୧୨ ହଜାର ୫୦୦ ଫୁଟ ଉଚ୍ଚ ବରଫାବୃତ୍ତ ପାହାଡ ଉପରେ ଉଡିଲା ୯୫ ଫୁଟ୍ ଲମ୍ବା ତ୍ରିରଙ୍ଗା ପତାକା, ଯୋଦ୍ଧାଙ୍କୁ କରାଗଲା ସମର୍ପିତ
7/01/2021 at 5:39 PM

ଉତ୍ତରାକାଶି ୦୭/୦୧ : ଉତ୍ତରାଖଣ୍ଡ ଉତ୍ତରାକାଶି ଜିଲ୍ଲାରେ ୧୨ ହଜାର ୫୦୦ ଫୁଟ୍ ଉଚ୍ଚରେ ସ୍ଥିତ କେଦାରକାଣ୍ଠାରେ ବରଫ ଭିତରେ ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେସନ ଓ ଟ୍ରେକର୍ସ ୯୫ ଫୁଟ ଲମ୍ବା ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଏହାସହ ସେମାନେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଏହି ସମିଟକୁ ସମ୍ମାନିତ କରିଛନ୍ତି।

ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେସନ ୧୨ ହଜାର ୫୦୦ ଫୁଟ୍ ଉପରେ ଅବସ୍ଥିତ କେଦାରକାଣ୍ଠାରେ ନ୍ୟାସନାଲ ଲେଭଲ ଟ୍ରାକିଙ୍ଗ ପ୍ରୋଗ୍ରାମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଅନୁସାରେ ଦେଶର ବିଭିନ୍ନ ରାଜ୍ୟ ଯଥା ଓଡିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ଟ୍ରେକର୍ସ ସାଙ୍କରିରୁ ୨୪ କିଲୋମିଟର ଟ୍ରାକିଙ୍ଗ ପରେ କେଦାରକାଣ୍ଠାରେ ପହଞ୍ଚିଥିଲେ। ସେଠାରେ ଫାଉଣ୍ଡେସନ ଓ ଟ୍ରେକର୍ସ ବରଫାବୃତ୍ତ ପାହାଡ ଉପରେ ୯୫ ଫୁଟର ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

୧୨ ହଜାର ୫୦୦ ଫୁଟ ଉଚ୍ଚରେ ସ୍ଥିତ କେଦାରକାଣ୍ଠା ଉତ୍ତରାକାଶି ଜିଲ୍ଲାର ସୁଦୁରବର୍ତ୍ତୀ ମୋରି ତହସିଲରେ ଅବସ୍ଥିତ। କେଦାରକାଣ୍ଠା ପହଞ୍ଚିବାକୁ ସାଙ୍କରିରୁ ୨୪ କିଲୋମିଟର ଦୂରତା ବିଶିଷ୍ଟ ଟ୍ରାକିଙ୍ଗ ରହିଛି। ଟ୍ରେକରେ ମୋରି ତହସିଲର ସୁନ୍ଦର ଗାଁ ମୁଖ୍ୟ ଦୃଶ୍ୟ। ଏଠାରେ ଟ୍ରେକର୍ସ ଓ ପର୍ଯ୍ୟଟକ ସ୍ଥାନୀୟ ଲୋକ ପରମ୍ପରା ଓ ପାହାଡିଆ ଜୀବନଶୈଳୀର ମଜା ଉଠାନ୍ତି।