ଇଣ୍ଡୋନେସିଆ ମାଉଣ୍ଟ ସିନାବୁଙ୍ଗ ଆଗ୍ନେୟଗିରିରେ ଉଦଗିରଣ, ୫ହଜାର ମିଟର ଉଚ୍ଚକୁ ପିଙ୍ଗୁଛି ପାଉଁଶ ଓ ଧୂଆଁ
10/08/2020 at 9:40 PM

ମେଡାନ: ଉତ୍ତର ସୁମାତ୍ରାରେ ଅବସ୍ଥିତ ମାଉଣ୍ଟ ସିନାବଙ୍ଗ ଆଗ୍ନେୟଗିରି ସୋମବାର ଉଦଗିରଣ କରିଛି। ଦୀର୍ଘ ବର୍ଷରୁ ଗର୍ଜୁଥିବା ଆଗ୍ନେୟଗିରି ପ୍ରାୟ ୫ ହଜାର ମିଟର ଅର୍ଥାତ ୧୬ ହଜାର ଫୁଟ ଉଚ୍ଚକୁ ଧୂଆଁ ଓ ପାଉଁଶ ଫିଙ୍ଗୁଛି। ଯାହା ବେଶ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବା ବେଳେ ସମଗ୍ର ଅଞ୍ଚଳରେ ପାଉଁଶ ବର୍ଷା ଆରମ୍ଭ ହୋଇଯାଇଛି।

ଏହି ଆଗ୍ନେୟଗିରି ୨୦୧୦ରୁ ଗର୍ଜନ କରୁଥିବା ବେଳେ ୨୦୧୬ ମସିହାରେ ଉଦଗିରଣ କରିଥିଲା। ତେବେ ୨୦୨୦ରେ ପୁଣି ଉଦଗିରଣ ହେବା ଲୋକଙ୍କୁ ଆତଙ୍କିତ କରିଛି। ଆଗ୍ନେୟଗିରିର ଆଖ ପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନ ଖାଲିକରି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ନୋ ଗୋ ଜୋନକୁ ନ ଯିବା ଲାଗି କଡାକଡି କରାଯାଇଛି।
Pray for Indonesia. Mount Sinabung Volcano. #Indonesia pic.twitter.com/vpTc0TRMjs
— sudhansu.f (@isudhans) August 10, 2020
ଦେଶରେ ଏବେ କୋଭିଡ ସଂକ୍ରମଣ ହେଉଥିବା ବେଳେ ମାଉଣ୍ଟ ସିନାବଙ୍ଗ ଉଦଗିରଣ ନୂଆ ସମସ୍ୟା ସୃଷ୍ଟି କରିଛି। ଲୋକେ ଘରଦ୍ୱାର ଛାଡି ପଳାଉଥିବା ବେଳେ ସେମାନେ ଯେଉଁଠି ରହିବେ ସେଠାରେ ଯେପରି କୋଭିଡ କଟକଣା କଡାକଡି ପାଳନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସୋମବାର ସକାଳେ ଉଦଗିରଣ ପରଠାରୁ ପାହାଡ ଚତୁପାର୍ଶ୍ୱରେ ରହୁଥିବା ଲୋକେ ହତାହତ ହୋଇଥିବା ନେଇ କୌଣସି ସୂଚନା ନଥିବା ଜିଓଲୋଜିକାଲ ହାଜାର୍ଡ ମିଟିଗେସନ ସେଣ୍ଟର କହିଛନ୍ତି।