Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ

1/10/2021 at 8:19 PM

କାଠମାଣ୍ଡୁ ୧।୧୦: ପର୍ବତାରୋହୀଙ୍କ ଏକ ସମୂହ ହିମାଳୟରେ ମାଉଣ୍ଟ ମାନସଲୁ ପର୍ବତ ଶିଖର ଆରୋହଣ କରି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏହି ପର୍ବତାରୋହୀଙ୍କ ଦଳରେ ୧୪ ନେପାଳୀ ଓ ୮ ବିଦେଶୀ ମୋଟ ୨୨ ଜଣ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।  ହିମାଳୟରେ କେବଳ ମାଉଣ୍ଟ ଏଭରେଷ୍ଟ ନୁହେଁ ଏହାଠାରୁ ମଧ୍ୟ ସୁ ଉଚ୍ଚ ଓ ତିଖ ପର୍ବତ ଶୃଙ୍ଗ ହେଉଛି ମାଉଣ୍ଟ ମାନସଲୁ। ୧୯୭୬ ମସିହା ପରଠାରୁ ହିମାଳାୟର ଏହି ଶୃଙ୍ଗରେ କୌଣସି ଅଭିଯାତ୍ରୀ ପହଞ୍ଚି ନଥିଲେ।

ପର୍ବତାରୋହୀମାନେ ୧୯୫୬ ମସିହାରେ ମାଉଣ୍ଟ ମାନସଲୁ ପହଞ୍ଚିଥିଲେ। ଏହି ଶିଖରକୁ ଦୀର୍ଘ ବର୍ଷରେ କେବଳ ଥରଟିଏ ମଣିଷ ପହଞ୍ଚିପାରିଥିଲା। ତେବେ ୧୯୭୬ ମସିହା ପରେ ଏହି ଶୃଙ୍ଗ ପ୍ରତି ପର୍ବତାରୋହୀ ଆଉ ଆକର୍ଷିତ ହୋଇନଥିଲେ। ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରାୟ ସାଢ଼େ ୪ ଦଶକ ପରେ ପ୍ରଥମ ଥର ଅଭିଯାତ୍ରୀ ଦଳ ପହଞ୍ଚିବା ସହ ନୂଆ କିର୍ତ୍ତୀମାନ ସ୍ଥାପନା କରିଛନ୍ତି।

୮ହଜାର ୧୬୭ ମିଟର ଉଚ୍ଚ ଶିଖରର ପର୍ବତାରୋହୀମାନେ ଏପର୍ଯ୍ୟନ୍ତ ଅଗ୍ର ଶିଖର ପର୍ଯ୍ୟନ୍ତ ଯାଇପାରନ୍ତିନି। ସେମାନେ ଉତୁଙ୍ଗ ଶିଖରର ୬ରୁ ୭ ମିଟର ତଳୁ ଫେରୁଥିଲେ। ତୀଖ ଚଢ଼ା ଓ ଧାରୁଆ ପାର୍ଶ୍ୱ ଯୋଗୁ ଏଥିପାଇଁ କେହି ହୁଏତ ଆଗ୍ରହୀ ହେଉ ନଥିଲେ। ତେବେ ଜାନୁୟାରୀରେ କେ-୨ ଶୀତକାଳୀନ ଆରୋହଣର ଅନ୍ୟତମ ସଦସ୍ୟ ମିଙ୍ଗମା ଜୀଙ୍କ ନେତୃତ୍ୱରେ ଏକ ଦଳ ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଏହି ଉତୁଙ୍ଗ ଶିଖରକୁ ପ୍ରଥମ ଥର ପହଞ୍ଚିଥିଲେ।

ସେମାନଙ୍କର ଏହି ଅଭିଯାନର ସଫଳତା ନେଇ ମିଙ୍ଗମା ଜୀ ପ୍ରଥମେ ସେପ୍ଟେମ୍ବର ୨୭ ତାରିଖ ଦିନ ଫେସ୍‌ ବୁକ୍‌ରେ ସୂଚିତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ‘ମୁଁ ଭାବୁଛି ଭବିଷ୍ୟତରେ ଆଉ ପୂର୍ବାବଲୋକନ ହେବ ନାହିଁ। ଶୀର୍ଷ ସର୍ବଦା ଶୀର୍ଷରେ ଅଛି। ଏହାଠୁ ଆଉ ବଳି ଉଚ୍ଚତା ନାହିଁ। ଏବେ ସବୁ ପାଦ ତଳେ। ବାସ୍ତବିକ ଏହା ସହଜ ନଥିଲା। ଟିମ୍‌ ୮ହଜାର ୧୦୦ ମିଟରରେ ଠୁଳ ହୋଇଥିଲା। ଯେଉଁଠି ସାଧାରଣତଃ ସବୁ ପର୍ବତାରୋହୀ ଅଟକି ଯାଆନ୍ତି ଓ ବିଶ୍ୱର ଉତୁଙ୍ଗ ଶିଖରରେ ପହଞ୍ଚିଥିବାର ଘୋଷଣା କରି ଫେରିଯାଆନ୍ତି। ଏହା ଏକ ଏପରି ସ୍ଥାନ ଯେ କେହିବି ଏଠି ଅଟକି ଯିବା ସ୍ୱଭାବିକ। କାରଣ ଏହାର ଚତୁର ଧାର ଓ ବିପଦ ଯୋଗୁ ଏଥିପାଇଁ କେହି ସାହାସ ବଳାନ୍ତି ନାହିଁ। ତେବେ ଆମେ ଟିକେ ତଳେଇଗଲୁ ଓ ସିଧା ଶିଖରରେ ପହଞ୍ଚିଲୁ’ ବୋଲି ମିଙ୍ଗମା ଜୀ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନେପାଳ ପର୍ଯ୍ୟଟନ ମନ୍ତ୍ରାଳୟ ଚଳିତ ଋତୁରେ ହିମାଳୟ ଆରୋହଣ ଲାଗି ୧୭୧ ଜଣ ପର୍ବତାରୋହୀଙ୍କୁ ଅନୁମତି ପ୍ରଦାନ କରିଥିଲେ।

   Related Posts